ନୂଆଦିଲ୍ଲୀ: କରୋନା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍ର ୧୪ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଫଳରେ ଖେଳାଳିମାନଙ୍କୁ କିଛିଦିନ ଘରେ ରହିବା ଲାଗି ବିରତି ମିଳିଯାଇଛି। ଆଗକୁ ଇଂଲଣ୍ଡ ଗସ୍ତରେ ଭାରତ ଯିବ। ସେଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଏଥିଲାଗି ଭାରତୀୟ ଦଳ ଘୋଷଣା ସରିଛି।
ଏହି ଦଳରେ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ରହିଛନ୍ତି। ଆଇପିଏଲ୍ ସ୍ଥଗିତ ରହିବାରୁ ଋଷଭ ଏବେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଛନ୍ତି। ହେଲେ ଇଂଲଣ୍ଡ ଗସ୍ତ ପୂର୍ବରୁ ନିଜକୁ ଫିଟ୍ ରଖିବା ଲାଗି ନିଜ ବାସଭବନ ସ୍ଥିତ ବଗିଚାରେ ମେସିନ୍ ସାହାଯ୍ୟରେ ଘାସ କାଟୁଛନ୍ତି। ଋଷବ ଘାସ କାଟୁଥିବାର ଏକ ଭିଡିଓକୁ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହାର ଶିରୋନାମାରେ ଲେଖିଛନ୍ତି ‘‘ଦିଲ୍ ମାଗେଁ ମୋର୍’’! ବାଧ୍ୟତାମୂଳକ ସଂଗରୋଧ ସମୟରେ କିନ୍ତୁ ଘରେ ଭିତରେ ସକ୍ରିୟ ରହୁଥିବାରୁ ଖୁସି। ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ।’’
Follow Us