ପନ୍ତଙ୍କ ବିଶ୍ବକପ୍ ପଦାର୍ପଣ

ପନ୍ତଙ୍କ ବିଶ୍ବକପ୍ ପଦାର୍ପଣ

ବର୍ମିଂହାମ: ବିଜୟ ଶଙ୍କର ଭାରତୀୟ ଚୂଡ଼ାନ୍ତ ଏକାଦଶରେ ରହିବେ ବୋଲି କୋହଲି ସଙ୍କେତ ଦେଇଥିଲେ। ରବିବାର ସକାଳୁ କିନ୍ତୁ ଶଙ୍କରଙ୍କ ଗୋଇଠିରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଥିଲା। ଯାହା ଶିଖର ଧାୱନଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡ ଯାଇଥିବା ଋଷବ ପନ୍ତଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ଦୀନେଶ କାର୍ତିକଙ୍କ ପରିବର୍ତେ ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିଥିଲା। ଫଳରେ ସେ ରବିବାର ବିଶ୍ବକପ୍ ପଦାର୍ପଣ କରିଥିଲେ। କାର୍ତିକ ଭାରତୀୟ ୧୫ ଜଣିଆ ଦଳରେ ଥିଲେ ମଧ୍ୟ ୨୧ ବର୍ଷୀୟ ପନ୍ତ ଷ୍ଟାଣ୍ଡବାଏ ଥିଲେ। ଧାୱନ ଆହତ ହେବା ପରେ ଇଂଲଣ୍ଡ ଯାଇଥିଲେ। ଧାୱନ ସଂପୂର୍ଣ୍ଣ ବାଦ୍ ପଡ଼ିବା ପରେ ଯାଇ ତାଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ମଳିଥିଲା। ପନ୍ତ ୧୭ ନମ୍ବର ଜର୍ସି ପିନ୍ଧି ଖେଳିଥିଲେ। ୨୯ ବଲ୍‌ରେ ୪ ଚୌକା ଜରିଆରେ ୩୨ ରନ୍‌ କରି ନିରାଶ କରିନଥିଲେ।

ଜାଦେଜା ବ୍ଲାଇଣ୍ଡର୍‌
ଭାରତର ବାମହାତୀ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଚଳିତ ବିଶ୍ବକପ୍‌ରେ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ରବିବାର ସେ ନେଇଥିବା କ୍ୟାଚ୍‌ ଚର୍ଚାକୁ ଆସିଯାଇଛି। ଇଂଲଣ୍ଡ ୨୨ ଓଭରରେ ବିନା ୱିକେଟରେ ୧୬୦ ରନ୍ ସଂଗ୍ରହ କରି ନେଇଥିଲା। ୨୩ତମ ଓଭର ନେଇ ଆସିଥିବା ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ଜାସନ୍ ରଏ ବଡ଼ ସଟ୍ ଖେଳିଥିଲେ। ଆହତ ରାହୁଲଙ୍କ ଅନୁପସ୍ଥିତିରେ କ୍ଷେତ୍ରରକ୍ଷଣ କରିବାକୁ ଆସିଥିବା ରବୀନ୍ଦ୍ର ଜାଦେଜା ଲଙ୍ଗ ଅନ୍‌ ଅଞ୍ଚଳରେ ନିଜ ବାମକୁ ଦୌଡି ସୀମାରେଖା ପାଖରେ ଏକ ଆଖିବୁଜା କ୍ୟାଚ୍‌ (ବ୍ଲାଇଣ୍ଡର) ନେଇ ଭାରତକୁ ବହୁ ପ୍ରତୀକ୍ଷିତ ୱିକେଟ୍‌ ଦେଇଥିଲେ। ଆହତ ସମସ୍ୟାରୁ ଫେରିବାର ପ୍ରଥମ ପାଳିରେ ଜାସନ୍‌ ରୟ ୫୭ ବଲରୁ ୬୬ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe