ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ରହିଲେ ପନ୍ତ୍‌

ପନ୍ତ୍‌ଙ୍କ ଆଶୁ ‌ଆରୋଗ୍ୟ କାମନା କଲେ ଦ୍ରାବିଡ୍‌, ହାର୍ଦ୍ଦିକ ଓ ସାଥି ଖେଳାଳି

CricTracker.com

ଦୁବାଇ: ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ୍‌ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ୟୁଏଇ ଚରଣ ପାଇଁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଅଧିନାୟକ ଦାୟିତ୍ବ ବଜାୟ ରଖିଲେ। ଏନେଇ ଗୁରୁବାର ସଂପୃକ୍ତ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା କରାଯାଇଛି। ପନ୍ତ୍‌ଙ୍କ ନେତୃତ୍ବରେ ଦଳ କୋଭିଡ୍‌ ମହାମାରୀ ପାଇଁ ବନ୍ଦ ରହିବା ପୂର୍ବରୁ ଭାରତରେ ଖେଳାଯାଇଥିବା ଆଇପିଏଲ୍‌ରେ ଚମତ୍କା‌ର ପ୍ରଦର୍ଶନ କରିଥିବାରୁ ତାଙ୍କଠୁ ଅଧିନାୟକ ଭାର କାଢ଼ିନେବାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ କ୍ୟାପିଟାଲ୍‌ସ କହିଛି। ଫଳରେ ଗତବର୍ଷ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିବା ଅଧିନାୟକ ଶ୍ରେୟସ ଆୟର ଏବେ ପନ୍ତ୍‌ଙ୍କ ଅଧୀନରେ ଖେଳିବା ସ୍ପଷ୍ଟ ହୋଇଯାଇଛି। ପନ୍ତ୍‌ଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍‌ସ ଚଳିତ ଆଇପିଏଲ୍‌ରେ ୭ ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ ପଏଣ୍ଟ୍‌ ପାଇଁ ତାଲିକାର ଶୀର୍ଷରେ ରହିଛି। ଆୟରଙ୍କ ଆହତ କାରଣରୁ ପନ୍ତ୍‌ ହିଁ ନେତୃତ୍ବ ଭାର ସମ୍ଭାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe