ପନ୍ତଙ୍କ ଶତକ: ୧୦୦ ଟେଷ୍ଟ୍‌ କ୍ୟାଚ୍‌ ନେବାରେ ଧୋନିଙ୍କ କ୍ଲବ୍‌ରେ ସାମିଲ

Advertisment
ଦିଲ୍ଲୀର ସବୁ ମ୍ୟାଚ୍‌ରେ ପନ୍ତ୍‌ ଯୋଡ଼ିହୁଅନ୍ତୁ: ପଣ୍ଟିଂ

image credit : @bcci

ଜୋହାନେସ୍‌ବର୍ଗ: ଭାରତୀୟ ୱିକେଟ୍‌ରକ୍ଷକ ଋଷଭ ପନ୍ତ ମଙ୍ଗଳବାର ଟେଷ୍ଟ୍‌ କ୍ରିକେଟ୍‌ରେ କ୍ୟାଚ୍‌ ‌ନେବାରେ ଶତକ ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୱଣ୍ଡରର୍ସ ଟେଷ୍ଟ୍‌ରେ ଲୁଙ୍ଗି ଏନ୍‌ଗିଡିଙ୍କ କ୍ୟାଚ୍‌ ନେଇ ଏହି ସଫଳତା ପାଇବାରେ ସେ ଚତୁର୍ଥ ଭାରତୀୟ ହୋଇଥିଲେ। ୧୦୦ରୁ ଅଧିକ ଟେଷ୍ଟ୍‌ କ୍ୟାଚ୍‌ ନେବାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୫୬), ସୟଦ କିର୍ମାନି (୧୬୦) ଏବଂ କିରଣ ମୋରେ (୧୧୦)ଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସେଞ୍ଚୁରିଆନ୍‌ ଟେଷ୍ଟ୍‌ରେ ପନ୍ତ ୧୦୦ ଡିସିମିସାଲ୍‌ (କ୍ୟାଚ୍‌ ଓ ଷ୍ଟମ୍ପିଂ)ରେ ଦ୍ରୁତ ୱିକେଟ୍‌ରକ୍ଷକ ହେବାର ଗୌରବ ପାଇଥିଲେ। ଧୋନି ୩୬ ମ୍ୟାଚ୍‌ରୁ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲା ବେଳେ ପନ୍ତ ୨୬ ମ୍ୟାଚ୍‌ରୁ ଏହି ମାଇଲଖୁଣ୍ଟରେ ପହଞ୍ଚି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe