ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

Advertisment
ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଡେରାଡୁନ: କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିବା ପନ୍ତଙ୍କୁ ଶନିବାର ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ (ଡିଡିସିଏ)ର ଅଧିକାରୀମାନେ ସ‌ାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ହସ୍‌ପିଟାଲ୍‌ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ଦିଆଯାଇନି। ହେଲେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ବୋଲି ଡିଡିସିଏର ନିର୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି।

‘‘ଦୁର୍ଘଟଣାରେ କଟି ଯାଇଥିବା ତାଙ୍କ ବାମ ଆଖିପତାର ପ୍ଲାଷ୍ଟିକ୍‌ ସର୍ଜରି ହୋଇଛି। ଚିକିତ୍ସା ଠିକ୍‌ଠାକ୍‌ ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଘଟୁଛି’’ ବୋଲି ଶର୍ମା କହିଛନ୍ତି। ବିସିସିଆଇର ଏକ ଡାକ୍ତରମଣ୍ଡଳି ତାଙ୍କ ଚିକିତ୍ସାର ତଦରାଖ କରୁଥିଲା ବେଳେ ସମ୍ପାଦକ ଜୟ ଶାହ ପରିସ୍ଥିତି ଉପରେ ନରଜ ରଖୁଛନ୍ତି। ଏବେ ସେ ଡେରାଡୁନ୍‌ରୁ ସ୍ଥାନାନ୍ତର ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ସକାଳ ୫.୨୨ରେ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ ରାଜପଥ ଡିଭାଇଡର୍‌ରେ ପିଟି ହୋଇ ଜଳି ଯାଇଥିଲା। ପନ୍ତ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe