ପାରା ଏସିଆଡ୍‌: ଜୟନ୍ତୀଙ୍କୁ ରୌପ୍ୟ, ପ୍ରମୋଦ ୨ ପଦକ ପକ୍କା କଲେ

Advertisment
ପାରା ଏସିଆଡ୍‌: ଜୟନ୍ତୀଙ୍କୁ ରୌପ୍ୟ, ପ୍ରମୋଦ ୨ ପଦକ ପକ୍କା କଲେ

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ପାରା ଏସିଆଡ୍‌ ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶା ଲାଗି ଶୁଭ ଦିନ ହୋଇଛି। ଦେଶ ପାଇଁ ପ୍ରତିନିଧିତ୍ବ କରୁଥିବା ଓଡ଼ିଅ‌ା ଧାବିକା ଜୟନ୍ତୀ ବେହେରା ରୌପ୍ୟ ଜିତିଥିଲା ବେଳେ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ୨ ପଦକ ପକ୍କା କରିଛନ୍ତି। ପୂର୍ବରୁ ଟି-୪୫/୪୬/୪୭ ବର୍ଗ‌ ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଥିବା ଜୟନ୍ତୀ ଗୁରୁବାର ୪୦୦ ମିଟରରେ ରୌପ୍ୟ ଜିତି ଯୁଗଳ ପଦକ କରାୟତ କରିଛନ୍ତି। ସେ ୧୦୦ ମିଟର ଦୌଡ଼ରେ ପଞ୍ଚମ ସ୍ଥାନରେ ରହି ଅଳ୍ପରେ ପଦକ ପାଇବାରେ ବିଫଳ ହୋଇଥିଲେ। ୪୦୦ ମିଟରରେ ଜୟନ୍ତୀ ୫୯.୭୧ ‌େସକେଣ୍ଡ୍‌ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଚୀନ୍‌ର ଲି ଲୁ (୫୮.୩୯ ସେକେଣ୍ଡ୍‌) ତାଙ୍କ ଆଗରେ ରହି ସ୍ବର୍ଣ୍ଣ ଏବଂ ଜାପାନ୍‌ର ସିଗୋମୋତେ ସାଇ (୫୯.୭୪ ସେକେଣ୍ଡ) କାଂସ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଏକକ ଏବଂ ଯୁଗଳ ବର୍ଗ ସେମିଫାଇନାଲ୍‌ରେ ପହଞ୍ଚି ଅତି କମ୍‌ରେ ୨ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଗୁରୁବାର ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ସେ ୨୧-୯, ୨୧-୧୧ରେ ଉମେଶ ବିକ୍ରମ କୁମାରଙ୍କୁ ପରାସ୍ତ କରିଥିଲେ। ସେହିପରି ଯୁଗଳରେ ମନୋଜ ଶଙ୍କରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୬, ୨୧-୧୯ରେ ମାଲେସିଆର ହୁଜାରି ଅବ୍‌ଦୁଲ ମଲ୍ଲିକ ମହମ୍ମଦ ଓ ଜାଫର୍‌ ଜୁଲ୍‌ଫାତିହି ମହମ୍ମଦଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe