ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଚଳିତ ପାରା ଏସିଆଡ୍ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଆ ଝିଅ ଜୟନ୍ତୀ ବେହେରା ୨୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନରେ କାଂସ୍ୟ ପଦକ ଜିତିଥିଲେ। ସେ ଫାଇନାଲରେ ୨୭.୪୫ ସେକେଣ୍ଡ୍ ସମୟ ନେଇ ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ବର୍ଗରେ ଚୀନ୍ର ଲି ଲୁ (୨୫.୮୨) ଓ ୱାଙ୍ଗ୍ ୟାନ୍ପିଙ୍ଗ୍ (୨୬.୪୫) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଜୟନ୍ତୀଙ୍କ ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ ଜରିଆରେ ଜୟନ୍ତୀଙ୍କୁ ଅଭିନନ୍ଦନ ଜଣାଇାଛନ୍ତି। ମୁଖ୍ୟମନ୍ତ୍ରୀ କିନ୍ତୁ ତାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଜୟନ୍ତୀ ଦେଶ ଓ ରାଜ୍ୟର ଗୌରବ ବୋଲି ଉଭୟ ପ୍ରକାଶ କରିଛନ୍ତି।
ପାରା ଏସିଆଡ୍:ଜୟନ୍ତୀଙ୍କୁ କାଂସ୍ୟ
Advertisment
Follow Us