ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତା : ସଟ୍‌ପୁଟ୍‌ରେ ଓଡ଼ିଶାର ପାର୍ବତୀ ସେଠୀ ଜିତିଲେ ସ୍ୱର୍ଣ୍ଣ ପଦକ

Advertisment
ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତା : ସଟ୍‌ପୁଟ୍‌ରେ ଓଡ଼ିଶାର ପାର୍ବତୀ ସେଠୀ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର : ଗୁଜୁରାଟର ଭଦୋଦରାଠାରେ ଚାଲିଥିବା ତୃତୀୟ ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପାର୍ବତୀ ସେଠୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୧.୫୫ ମିଟର ଦୂରତାକୁ ସଟପୁଟ୍ ଫିଙ୍ଗି ସେ ଏହି ସଫଳତା ଲାଭ କରିଛନ୍ତି। ସଟପୁଟ ସହ ପାର୍ବତୀ ମଧ୍ୟ ଡିସ୍‌କସ୍‌ରେ ଖେଳରେ ଅଂଶଗ୍ରହଣ କରୁଛନ୍ତି। ଡିସ୍‌କସ୍ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହେବ। ସେଥିରେ ମଧ୍ୟ ସେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ୫୦ ଜଣରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପାର୍ବତୀଙ୍କ ଏହି ସଫଳତା ଲାଗି ମାଷ୍ଟର୍ସ କ୍ରୀଡ଼ା ଓଡ଼ିଶା ସଂଘର ସଂପାଦକ ଶିବ ପ୍ରସାଦ ମିଶ୍ର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ସଟ୍‌ପୁଟ୍‌ରେ ଦୁର୍ଗା ଚରଣ ମିଶ୍ର, ଟ୍ରିପଲ୍‌ ଜମ୍ପ୍‌ରେ ସନ୍ତୋଷ ପ୍ରଧାନ ସ୍ବର୍ଣ୍ଣ, ଓ ସଂଜୀବ ପାଣିଗ୍ରାହୀ ନିଜ ବୟସ ବର୍ଗର ସଟ୍‌ପୁଟ୍‌ରେ ସ୍ବର୍ଣ୍ଣିମ ସଫଳତା ଲାଭ କରିଛନ୍ତି।

publive-imageବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବାଞ୍ଚଳ କ୍ରୀଡ଼ାରେ ଶୁଭମଙ୍କ ହ୍ୟାଟ୍ରିକ୍ ସ୍ବର୍ଣ୍ଣ
ଭୁବନେଶ୍ବର : ବଲାଙ୍ଗୀରରେ ଆୟୋଜିତ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବାଞ୍ଚଳ କ୍ରୀଡ଼ାରେ ଭୁବନେଶ୍ବରର ଶୁଭମ ବେହେରା ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ଶୁଭମ ପ୍ରତିଯୋଗିତାର ୮୦୦, ୧୫୦୦ ଓ ୩,୦୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା, ବେଙ୍ଗଲ, ସିକ୍କିମ ଓ ଆଣ୍ଡାମାନ ନିକୋବରର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe