ଭୁବନେଶ୍ବର : କେରଳ ତିରୁଭନନ୍ତପୁରମରେ ଚାଲିଥିବା ଜାତୀୟ ମାଷ୍ଟର୍ସ ଗେମ୍ସରେ ଓଡ଼ିଶାର ପାର୍ବତୀ ସେଠୀ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଡିସ୍କସ୍ ଥ୍ରୋରେ ୪୫.୬୦ ମିଟର୍ ଦୂରତ୍ବକୁ ଫିଙ୍ଗି ସେ ପ୍ରଥମ ସ୍ଥାନରେ ରହିଥିଳେ। ସେହିଭଳି ସଟ୍ପୁଟ୍କୁ ୧୦.୬୦ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ବିଦ୍ୟାଳୟରୁ ଖେଳ ଜୀବନ ଆରମ୍ଭ କରିଥିବା ପାର୍ବତୀ ଦୀର୍ଘ ୩ ଦଶନ୍ଧି ଧରି (୧୯୯୦ରୁ ୨୦୨୨) ପ୍ରତିଦ୍ବନ୍ଦ୍ବୀତାପୂର୍ଣ୍ଣ ଖେଳ ଜୀବନ ଜାରି ରଖିଛନ୍ତି। ବର୍ତମାନ ଭାରତୀୟ ରେଳବାଇରେ ଟିଟିଆଇ କମର୍ସିଆଲ୍ରେ କାର୍ଯ୍ୟରତ ପାର୍ବତୀ କଳିଙ୍ଗ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯିବାକୁ ଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ମଧ୍ୟ ଭାଗନେବେ।
ଜାତୀୟ ମାଷ୍ଟର୍ସରେ ପାର୍ବତୀଙ୍କୁ ୨ ସ୍ବର୍ଣ୍ଣ
Advertisment
Follow Us