ପରେଶ ପଟେଲଙ୍କ ଅବସର

Advertisment
ପରେଶ ପଟେଲଙ୍କ ଅବସର

କଟକ: ବାମହାତୀ ଅଲରାଉଣ୍ତର ପରେଶ ପଟେଲ ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ଓଡ଼ିଶା ରଣଜୀ ଦଳର ସେବା କରିଥିବା ପରେଶ ଦେଓଧର ଟ୍ରଫି (ପୂର୍ବାଞ୍ଚଳ) ଏବଂ ଚାଲେଞ୍ଜର୍ସ ଟ୍ରଫି (ଇଣ୍ଡିଆ ରେଡ୍) ଖେଳିବାର ଅଭିଜ୍ଞତା ରଖନ୍ତି। ଏହି ୩୬ ବର୍ଷିୟ କ୍ରିକେଟର ୨୦୦୫-୦୬ ଋତୁରୁ ଓଡ଼ିଶା ପାଇଁ ବରିଷ୍ଠ ଦଳରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପରେଶ ମୁମ୍ବାଇ ବିପକ୍ଷରୁ ଲିଷ୍ଟ ଏ’ ଓ ଗୋଆ ବିପକ୍ଷରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ୨୦୦୭ରେ ପ୍ରଥମ ଥର ଝାଡ଼ଖଣ୍ତ ବିପକ୍ଷରୁ ସେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ହେଲେ ୨୦୧୫ ମସିହା ପରଠୁ ସେ ଆଉ ପ୍ରଥମ ଶ୍ରେଣୀ କିମ୍ବା ଲିଷ୍ଟ ଏ’ରେ ରାଜ୍ୟକୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ପାଇନଥିଲା ବେଳେ ୨୦୧୮ରେ ଓଡ଼ିଶା ପାଇଁ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ଖେଳ ଜୀବନ ମଧ୍ୟରେ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ୩ ଅର୍ଧଶତକ ସହାୟତାରେ ୨୩.୫୧ ରନ୍‌ ହାରରେ ୭୭୬ ରନ୍‌ ସ˚ଗ୍ରହ କରିଥିଲେ। ସେହିପରି ୩୬ ଲିଷ୍ଟ ଏ’ରୁ ୩୨.୦୯ ହାରରେ ୨ ଶତକ ଓ ୫ ଅର୍ଧଶତକ ସହାୟତାରେ ୧୦୫୯ ରନ୍‌ ଏବ˚ ୩୨ ଟ୍ବେଣ୍ଟି-୨୦ରୁ ୪୯୫ ରନ୍‌ ସ˚ଗ୍ରହ କରିଥିଲେ। ବୋଲି˚ରେ ୯ଟି ପ୍ରଥମ ଶ୍ରେଣୀ ଵିକେଟ୍‌ ତାଙ୍କ ନାମରେ ରହିଥିଲା ବେଳେ ଲିଷ୍ଟ ଏ’ରେ ୩୬ଟି ଓ ଟ୍ବେଣ୍ଟି-୨୦ରେ ୩୭ ଵିକେଟ୍‌ ଦଖଲ କରିଥିଲେ। ଏହାବାଦ୍‌ ଦେଓଧର ଟ୍ରଫି ଓ ଚାଲେଞ୍ଜର ଟ୍ରଫିରେ ମଧ୍ୟ ସେ ଖେଳିସାରିଛନ୍ତି। ବିସିସିଆଇର କର୍ପୋରେଟ ଲିଗ୍‌ କ୍ରିକେଟରେ ପରେଶ ଇଣ୍ତିଆନ୍‌ ଅଏଲ୍‌ ତରଫରୁ ଖେଳିବାକୁ ସୁଯୋଗ ପାଇଥିଲେ। ତେବେ ଅବସର ଘୋଷଣା ବେଳେ ନିଜ କ୍ଲବ୍‌ ରାମେଶ୍ବର ସ୍ପୋର୍ଟି˚, ଓଡ଼ିଶା କ୍ରିକେଟ ସ˚ଘ ଓ ଇଣ୍ତିଆନ୍‌ ଅଏଲ୍‌କୁ ସେମାନଙ୍କ ସହଯୋଗ ପାଇଁ ପରେଶ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe