ବ୍ୟାଡ୍‌ମିଣ୍ଟନ ତାରକା ସାଇନାଙ୍କ ପାଇଁ ପରିଣୀତି ହେଲେ ଆହତ

Advertisment
ବ୍ୟାଡ୍‌ମିଣ୍ଟନ ତାରକା ସାଇନାଙ୍କ ପାଇଁ ପରିଣୀତି ହେଲେ ଆହତ

ହାଇଦ୍ରାବାଦ: ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲଙ୍କ ଆତ୍ମଜୀବନୀ ଚଳଚ୍ଚିତ୍ର ପାଇଁ ଅଭ୍ୟାସ କରୁଥିଲା ବେଳେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଆହତ ହୋଇଛନ୍ତି। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେ ଏହି ସୂଚନା ଦେଇଛନ୍ତି। ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଏବଂ ଅଭ୍ୟାସ ବେଳେ ତାଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ପରିଣୀତି ସୂଚନା ଦେଇଛନ୍ତି। ସେ ମଧ୍ୟ ବେକରେ କ୍ରେବ୍ ବ୍ୟାଣ୍ଡେଜ୍ ଲଗାଇଥିବାର ଏକ ଫଟୋ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ଲାଗି ଆସନ୍ତା ୩୦ ଦିନ ମଧ୍ୟରେ ସୁଟିଂ ଆରମ୍ଭ ହେବ ବୋଲି କିଛି ଦିନ ତଳେ ପରିଣୀତି ସୂଚନା ଦେଇଥିଲେ। ହେଲେ ସେ ଆହତ ହେବା ପରେ ଏବେ ଏହା ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ସାଇନାଙ୍କ ଆତ୍ମଜୀବନୀରେ ପୂର୍ବରୁ ଶ୍ରଦ୍ଧା କାପୁର ଅଭିନୟ କରିବାର ଥିଲା। ହେଲେ ବ୍ୟକ୍ତିଗତ କାରଣରୁ ସେ ଏହି ଚଳଚ୍ଚିତ୍ରରୁ ଓହରି ଯାଇଥିଲେ। ଏହା ପରେ ପରିଣୀତିଙ୍କୁ ସାଇନା ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe