ସୁଟର ୟୁସୁଫ ଭାଇରାଲ ହୋଇଥିବା ପୋଜକୁ ‌ନେଇ କରିବାକୁ ଯାଉଛନ୍ତି ଏଭଳି କାମ

Advertisment

ତୁର୍କୀର ସୁଟର ୟୁସୁଫ ଡିକେକ ତୁର୍କୀ ପେଣ୍ଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ନିଜ ପୋଜର ଟ୍ରେଡମାର୍କ ପାଇଁ କରିଛନ୍ତି ଆବେଦନ। କାରଣ ତାଙ୍କ ବିନା ଅନୁମତିରେ ଅନେକ ଲୋକ ଏହି ପୋଜ‌କୁ ନିଜର କହି ଟ୍ରେଡମାର୍କ କରିବାକୁ ଚେଷ୍ଟା କରୁଛନ୍ତି।

ତୁର୍କୀର ସୁଟର ୟୁସୁଫ ଡିକେକ ତୁର୍କୀ ପେଣ୍ଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ନିଜ ପୋଜର ଟ୍ରେଡମାର୍କ ପାଇଁ କରିଛନ୍ତି ଆବେଦନ। କାରଣ ତାଙ୍କ ବିନା ଅନୁମତିରେ ଅନେକ ଲୋକ ଏହି ପୋଜ‌କୁ ନିଜର କହି ଟ୍ରେଡମାର୍କ କରିବାକୁ ଚେଷ୍ଟା କରୁଛନ୍ତି।

23

 
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ତୁର୍କୀର ସୁଟର ୟୁସୁଫ ଡିକେକଙ୍କ ଖେଳିବାର ଶୈଳୀ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା।  ଡିକେକ ପ୍ୟାରିସ ଅଲିମ୍ପିକ୍ସରେ ମିକ୍ସଡ ଟିମ ୧୦ମିଟର ଏୟାର ପିସ୍ତଲ ଚାଳନାରେ ଐତିହାସିକ ରୌପ୍ୟ ପଦ ଜିତିଛନ୍ତି। ନିକଟରେ ଖବର ମିଳିଛି କି ୟୁସୁଫ ତାଙ୍କ ଭାଇରାଲ ଶୈଳୀର ଟ୍ରେଡମାର୍କ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଏକ ଆବେଦନ ବି କରିଛନ୍ତି।

ତୁର୍କୀର ସୁଟର ୟୁସୁଫ ଡିକେକଙ୍କ କୋଚ ଏର୍ଡିନକ ବିଲଗିଲି କହିଛନ୍ତି, ‘ଡିକେକଙ୍କ ଆବେଦନ ତୁର୍କୀ ପେଣ୍ଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ଦିଆଯାଇଛି।  ୟୁସଫ ତାଙ୍କ ପୋଜକୁ ଏଥିପାଇଁ ଟ୍ରେଡମାର୍କ କରିବାକୁ ଚାହୁଁଛନ୍ତି କାରଣ ତାଙ୍କ ବିନା ଅନୁମତିରେ ଅନେକ ଲୋକ ଏହି ପୋଜ‌କୁ ନିଜର କହି ଟ୍ରେଡମାର୍କ କରିବାକୁ ଚେଷ୍ଟା କରୁଛନ୍ତି।। ୟୁସଫଙ୍କ ଆବେଦନ ପରେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି।

ତେବେ ପ୍ୟାରିସ ଅଲିମ୍ପିକ୍ସରେ ୟୁସୁଫ ରୈପ୍ୟ ପଦକ ଜିତିବା ପରେ ବଲିଉଡ ଅଭିନେତା ଆଦିଲ ହୁସୈନଙ୍କୁ ଶୁଭେଚ୍ଛା ମିଳିବାରରେ ଲାଗିଥିଲା। କାରଣ ବଲିଉଡର ଅଭିନେତା ଆଦିଲ ହୁସୈନ ଓ ୟୁସୁଫ ଡିକେକ ଦେଖିବାକୁ ଏକା ଭଳି। ତେଣୁ ବ୍ୟବହାରକରି ଦ୍ବନ୍ଦ୍ବରେ ପଡ଼ିଯାଇଛି ଏକ୍ସରେ ‘ଆଦିଲ ହୁସୈନ ଅଲିମ୍ପିକ୍ସ ୨୦୨୪ରେ ତୁର୍କୀ ପାଇଁ ରୌପ୍ୟ ଜିତିଥିବା ନେଇ ଅନେକ ଅନେକ ଶୁଭେଚ୍ଛା ଜଣାଇଥିଲେ।’

ଅଧିକପଢ଼ନ୍ତୁ: ୨ବର୍ଷର କନ୍ୟାକୁ ସାଥୀରେ ଧରି ଡିୟୁଟି କରୁଛନ୍ତି ଜୋମାଟୋ ଡେଲିଭରି ବଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe