ଟୋକିଓ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ କାଂସ୍ୟ ପଦକ ଜିତିବା ପରେ ତାଙ୍କ ପ୍ରଶିକ୍ଷକ ପାର୍କ ତାଏ ସାଙ୍ଗ୍ଙ୍କ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସିନ୍ଧୁଙ୍କ ସଫଳତା ପଛରେ ବି ତାଙ୍କର ପ୍ରଚ୍ଛନ୍ନ ହାତ ରହିଥିଲା। ତେବେ ଦକ୍ଷିଣ କୋରିଆର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ପାର୍କ ହେଉଛନ୍ତି ୨୭ ବର୍ଷୀୟ ସିନ୍ଧୁଙ୍କୁ ବରିଷ୍ଠ ସ୍ତରରେ ପ୍ରଶିକ୍ଷଣ ଦେବାରେ ଚତୁର୍ଥ ବ୍ୟକ୍ତିଗତ ପ୍ରଶିକ୍ଷକ। ସିନ୍ଧୁଙ୍କ ପ୍ରଥମ ପ୍ରଶିକ୍ଷକ ଥିଲେ ପୂର୍ବତନ ଅଲ ଇଂଲଣ୍ଡ ବିଜେତା ଏବଂ ଏବେକାର ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ। ଏହା ପରେ ଇଣ୍ଡୋନେସିଆର ମୁଲ୍ୟୋ ହାଣ୍ଡୋୟୋ, ଦକ୍ଷିଣ କୋରିଆର କିମ୍ ଜି ହୁନ୍ଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ। କିମ୍ଙ୍କ ପତି ଅସୁସ୍ଥ ହେବା ପରେ ସେ ସ୍ବଦେଶ ଫେରି ଯାଇଥିଲେ। ଏଣୁ ପାର୍କ ଏହି ସ୍ଥାନ ନେଇଥିଲେ। ପାର୍କଙ୍କ ତତ୍ତ୍ବାବଧାନ ଓ ମାର୍ଗଦର୍ଶନରେ ହିଁ ସିନ୍ଧୁ ଅଲିମ୍ପିକ୍ସରେ ଲଗାତାର ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ସିନ୍ଧୁଙ୍କ ସଫଳତା ପଛରେ ପାର୍କ
Advertisment
Follow Us