ଆଇପିଏଲ୍ ପ୍ରା‌ୟୋଜକ ଦୌଡ଼ରେ ପତଞ୍ଜଳି

Advertisment
ଆଇପିଏଲ୍ ପ୍ରା‌ୟୋଜକ ଦୌଡ଼ରେ ପତଞ୍ଜଳି

Circle of Cricket

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରାୟୋଜକ ପାଇଁ ଟେଣ୍ଡର ପକାଇବାକୁ ବିଚାର କରୁଛି। ଚୀନ୍‌ର ମୋବାଇଲ ନିର୍ମାତା ଭିଭୋ ଏଥିରୁ ଓହରିବା ଲାଗି ନିଷ୍ପତ୍ତି ନେବା ପରେ ଆଇପିଏଲ୍‌ର ଟାଇଟଲ୍ ପ୍ରାୟୋଜକର ସ୍ଥାନ ଖାଲି ରହିଛି। ହରିଦ୍ୱାରରେ ମୁଖ୍ୟାଳୟ ଥିବା ଏହି କମ୍ପାନି ଆଇପିଏଲ୍ ପ୍ରାୟୋଜକ ହେବା ପରେ ବିଶ୍ବସ୍ତରରେ ନିଜର ବ୍ୟବସାୟକୁ ବଢ଼ାଇ ପାରିବ ବୋଲି ଆଶା ରଖିଛି। ସଂପ୍ରତି ପତଞ୍ଜଳି ଏହାର ଆୟୁର୍ବେଦ ଭିତ୍ତିକ ଏଫ୍‌ଏମ୍‌ସିଜି ଉତ୍ପାଦକୁ ସାରାବିଶ୍ବରେ ପହଞ୍ଚାଇବାକୁ ଉଦ୍ୟମ କରୁଛି। ତେଣୁ ଆମେ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଲାଗି ବିଡ୍‌ ଦଖଲ କରିବାକୁ ବିଚାର କରିଛୁ ବୋଲି ପତଞ୍ଜଳି ମୁଖପାତ୍ର ଏସ୍‌କେ ତିଜାରାୱାଲା କହିଛନ୍ତି।

ଆଇପିଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଭୋକାଲ୍ ଫର୍ ଲୋକାଲ୍' ଆହ୍ବାନ ସହ ଏକ ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ଓ ବହୁଦେଶୀୟ କରିବା ପାଇଁ ସଠିକ୍ ପ୍ଲାଟଫର୍ମ। ଆମେ ଏହି ଦୃଷ୍ଟିକୋଣରେ ବିଚାର କରୁଛୁ। ହେଲେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଭିଭୋ ୫ ବର୍ଷ (୨୦୧୮ରୁ ୨୦୨୨) ପାଇଁ ୨୧୯୦ କୋଟି (ବର୍ଷକୁ ୪୪୦ କୋଟି) ଟଙ୍କାରେ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ଅଧିକାର ପାଇଥିଲା। ଭିଭୋ ଓହରିଲା ‌‌ପରେ ବିସିସିଆଇ ଅଗଷ୍ଟ ୧୪ ତାରିଖ ମଧ୍ୟରେ ଟାଇଟଲ୍‌ ପ୍ରା‌‌ୟୋଜକ ଲାଗି ବିଡ୍‌ ଦାଖଲ କରିବାର ଶେଷ ତାରିଖ ରଖିଛି। ସଂପ୍ରତି ପତଞ୍ଜଳି ଗ୍ରୁପ୍‌ର ଆନୁମାନିକ କାରବାର ପ୍ରାୟ ୧୦,୫୦୦ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe