ପିଚ୍ ଶୁଖାଇ ଶୁଖାଇ ବେଦମ୍ ହେଲା ପାକିସ୍ତାନ, ଟ୍ରୋଲ କଲେ ଲୋକେ

ଶୁକ୍ରବାର ଦିନ ପାକିସ୍ତାନର ଲାହୋରରେ ଥିବା ଗଦ୍ଦାଫି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ। ହେଲେ ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୋଇଥିଲା। ଏବେ ଏଥିପାଇଁ ପାକିସ୍ତାନକୁ ଟ୍ରୋଲ କରାଯାଉଛି।

tpakistane

ଲାହୋର: ଶୁକ୍ରବାର ଦିନ ପାକିସ୍ତାନର ଲାହୋରରେ ଥିବା ଗଦ୍ଦାଫି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ହେଲେ ଶେଷ‌ରେ ଏହି ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। ଏହା ତୃତୀୟ ମ୍ୟାଚ୍ ଥିଲା ଯାହାକୁ ବର୍ଷା ପାଣି ପାଇଁ ବାତିଲ୍ କରାଯାଇଥିଲା। ତୃତୀୟ ମ୍ୟାଚ୍ ବାତିଲ ହେବା ପରେ ଏବେ ଅନ୍ୟ ଦେଶ ସହିତ ପାକିସ୍ତାନବାସୀ ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ସମୟରେ ବର୍ଷା ଆସିଥିଲା ​​ଏବଂ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ବର୍ଷା ଛାଡ଼ିବା ପରେ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ସତ୍ତ୍ୱେ ପିଚକୁ ଶୁଖାଯାଇପାରିନଥିଲା। ଖରାପ ଡ୍ରେନେଜ ସିଷ୍ଟମ ପାଇଁ ଏଭଳି ହୋଇଥିବା ଜଣାଯାଇଛି। ଗ୍ରାଉଣ୍ଡ ଷ୍ଟାଫ୍ ପିଚ୍ ଶୁଖାଇ ଶୁଖାଇ ବେଦମ ହୋଇଯାଇଥିଲେ ବି ପିଚ୍ ଶୁଖିପାରିନଥିଲା। ଏହା ଫଳରେ ମ୍ୟାଚ୍ ବାତିଲ କରିବାକୁ ପଡ଼ିଥିଲା। ଫଳରେ ଗ୍ରୁପ୍‌-‘ବି’ରୁ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। 

୩ଥର କେବଳ ଖରାପ ଡ୍ରେନେଜ ସିଷ୍ଟମ ପାଇଁ ମ୍ୟାଚ୍ ବାତିଲ ହେବା ପରେ ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ କରାଯାଉଛି। ଆୟୋଜକ ହୋଇ ପାକିସ୍ତାନ ଏତେ ଖରାପ ଆୟୋଜନ କରିଛି। ପିଚ୍ ମାତ୍ର ୩୦ମିନିଟର ବର୍ଷାକୁ ସମ୍ଭାଳିପାରୁନାହିଁ ବୋଲି କହି ଲୋକେ ଟ୍ରୋଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe