ମେଲ୍ବର୍ଣ୍ଣ: ଆଗାମୀ ଇଂଲଣ୍ଡ ବିପକ୍ଷ ଆସେସ୍ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ୍ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ଘୋଷଣା କରିଛନ୍ତି। ପରିବାର ସହ ଅଧିକ ସମୟ ବିତାଇବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ନିଜ ରାଜ୍ୟ ଭିକ୍ଟୋରିଆ ପାଇଁ ଖେଳିବା ଜାରି ରଖିବେ ବୋଲି ପାଟିନସନ୍ କହିଛନ୍ତି। ପାଟିନସ୍ ୨୦୧୧ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟ୍ରେ ୫ ୱିକେଟ୍ ଅକ୍ତିଆର କରିଥିଲେ। ୨ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ସେ ୧୪ ୱିକେଟ୍ ଅକ୍ତିଆର କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦଶନ୍ଧି ଧରି ଆହତ ସମସ୍ୟା ସହ ସଂଗ୍ରାମ କରୁଥିବା ୩୧ ବର୍ଷୀୟ ପାଟିନସନ୍ ୨୧ ଟେଷ୍ଟ୍ ଖେଳି ୨୬.୩୩ ହାରରେ ୮୧ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ପକ୍ଷରୁ ୧୫ ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୯ ଆସେସ୍ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିବାରେ ପାଟିନସନ୍ ପ୍ରମୁଖ ଭୂମିକା ନେଇଥିଲେ। ଫଳରେ ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଆସେସ୍ ପୂର୍ବରୁ ତାଙ୍କ ଅବସର ଅଷ୍ଟ୍ରେଲିଆ ଦଳକୁ ଝଟ୍କା ଦେଇଛି।
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ପାଟିନସନ୍
Advertisment
Follow Us