ପାଟଣା କପ୍‌ କ୍ରିକେଟ୍‌ ଫାଇନାଲରେ ରାଞ୍ଚି ସେର୍‌ସା

Advertisment
ପାଟଣା କପ୍‌ କ୍ରିକେଟ୍‌ ଫାଇନାଲରେ ରାଞ୍ଚି ସେର୍‌ସା

Cricket bat and ball on green grass of cricket pitch

ପାଟଣାଗଡ଼: ପାଟଣାଗଡ଼ ରମାଇଁ ହାଇସ୍କୁଲ୍‌ ଖେଳ ପଡ଼ିଆ ଠାରେ ଚାଲିଥିବା ସର୍ବ ଭାରତୀୟ ପାଟଣା କପ୍‌ କ୍ରିକେଟ ପ୍ରତିଯୋଗିତା ଶନିବାର ପୁଲ- ବି ର ସେମି ଫାଇନାଲ ମ୍ୟାଚ ଛତିଶଗଡ଼ ଲାଲ୍‌ବାଗ ଓ ରାଞ୍ଚି ସେର୍‌ସା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାଞ୍ଚି ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା।  ନିର୍ଦ୍ଧାରିତ ୩୦ ଓଭରରେ ସେରସା ଦଳ ୮ ଓ୍ଵିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରିଥିଲା।  ଦଳର ଲୌବ୍ୟମ ରାଜପୁତ ୪୪ ବଲରେ ୫୦ ରନ୍‌ କରି ଅପରାଜିତ ରହିଥିଲେ।  ୧୯୧ ରନର ବିଜୟ ଲକ୍ଷ୍ୟ ନେଇ ଲାଲ୍‌ବାଗ କ୍ରିକେଟ କ୍ଲବ ୨୬.୫ ଓଭରରେ ୧୮୫ ରନ କରି ସମସ୍ତ ଓ୍ଵିକେଟ ହରାଇ ପରାଜିତ ହୋଇଥିଲା। ଦଳ ପକ୍ଷରୁ ରାଜା ୭୫ ବଲରେ ୯୯ ରନ୍‌ କରିଥିଲେ। ସେରସା ଦଳର ଅଧିନାୟକ କୁଲଦୀପ ଶର୍ମା ୬ ଓଭରରେ ୨୭ ରନ ଦେଇ ୩ଟି ଓ୍ଵିକେଟ ଅକ୍ତିଆର କରିଥିଲେ। ଶନିବାର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏଥେଲେଟିକ୍‌ ଏସୋସିଏସନ୍‌ର ସମ୍ପାଦକ ହରି ନାରାୟଣ ପୂଜାରୀ ଓ ସମ୍ମାନୀତ ଅତିଥି ଭାବେ ରାକେଶ ମିଶ୍ର ଯୋଗ ଦେଇଥିଲେ। ସତ୍ୟ ରଥ ଓ ବଳରାମ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ମନୋଜ ଚିନ୍ଦା ମ୍ୟାଚ୍‌ ରେଫରି ଦାୟିତ୍ୱରେ ଥିଲେ। ରାଜେନ୍ଦ୍ର ସେଠ ଓ ଲିଟନ୍‌ କର ସ୍କୋରର୍‌ ଦାୟିତ୍ୱରେ ଥିବା ବେଳେ ସନ୍ତୋଷ ନାୟାର ଓ ଦୟା ମେହେର ଧାରା ବିବରଣୀ ପ୍ରଦାନ କରିଥିଲେ। ରାଞ୍ଚିର ଲୌବ୍ୟମ ରାଜପୁତ ଓ ଲାଲ୍‌ବାଗର ଚନ୍ଦ୍ର ଶେଖର ରାଜାଙ୍କୁ ଯଗ୍ମ ଭାବେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା। ରବିବାର ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବିଲାସପୁର ଏଫ.ସି.ଏ. ଓ ରାଞ୍ଚି ସେର୍‌ସା ଦଳ ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe