ପାଟ୍‌ନା ପାଇରେଟ୍ସକୁ ହ୍ୟାଟ୍ରିକ୍‌ ଟ୍ରଫି

Advertisment
ପାଟ୍‌ନା ପାଇରେଟ୍ସକୁ ହ୍ୟାଟ୍ରିକ୍‌ ଟ୍ରଫି

ଚେନ୍ନାଇ: ପାଟ୍‌ନା ପାଇରେଟ୍ସ ଲଗାତାର ଭାବେ ତୃତୀୟ ଥର (ହ୍ୟାଟ୍ରିକ୍‌) ଲାଗି ପ୍ରୋ କବାଡ଼ି ଲିଗ୍‌ ଟ୍ରଫି କରାୟତ କରିଛି। ଶନିବାର ଚେନ୍ନାଇସ୍ଥିତ ଜବହାରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ପାଟ୍‌ନା ୫୫-୩୮ ପଏଣ୍ଟ୍‌ରେ ଗୁଜରାଟ ସୁପର ଜିଆଣ୍ଟ୍‌ସକୁ ପରାସ୍ତ କରି ହ୍ୟାଟ୍ରିକ୍‌ ଟ୍ରଫି ଜିତିବାର ଗୌରବ ହାସଲ କରିଛି। ତେବେ ପ୍ରଥମ ଥର ଲାଗି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଗୁଜରାଟ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ପାଟ୍‌ନା ପକ୍ଷରୁ ପ୍ରଦୀପ ନରଓ୍ଵାଲ୍‌ ୧୯ ଏବଂ ଗୁଜରାଟ ପକ୍ଷରୁ ସଚିନ୍‌ ୧୧ ପଏଣ୍ଟ୍‌ ସ୍କୋର୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe