‘ବିସିସିଆଇ’କୁ କହିଲା ‘ଆଇସିସି’: ୧୬୦ କୋଟି ଟଙ୍କା ଦିଅ, ନଚେତ୍‌ ୨୦୨୩ ବିଶ୍ୱକପ୍‌ ଖେଳି ପାରିବ ନାହିଁ

Advertisment
‘ବିସିସିଆଇ’କୁ କହିଲା ‘ଆଇସିସି’: ୧୬୦ କୋଟି ଟଙ୍କା ଦିଅ, ନଚେତ୍‌ ୨୦୨୩ ବିଶ୍ୱକପ୍‌ ଖେଳି ପାରିବ ନାହିଁ

ମୁମ୍ବାଇ: ଭାରତରେ ୨୦୧୬ ଓ୍ଵାର୍ଲ୍ଡ ଟି-ଟେ୍ଵଣ୍ଟି ଆୟୋଜନ କରିବା ଲାଗି ଟିକସ ବାବଦରେ କଟିଯାଇଥିବା ଅର୍ଥର କ୍ଷତିପୂରଣ ନିମନ୍ତେ ଡିସେମ୍ବର ୩୧ ତାରିଖ ସୁଦ୍ଧା ୨୩ ମିଲିୟନ୍‌ ଆମେରିକୀୟ ଡଲାର୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦ କୋଟି ଟଙ୍କା) ଦେବା ପାଇଁ ‘ଇଣ୍ଟର୍‌ନେସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ (ଆଇସିସି) ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ’କୁ (ବିସିସିଆଇ) କହିଛି।

ଦୁଇ ବର୍ଷ ତଳେ ଭାରତ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିଥିଲା, କିନ୍ତୁ କେନ୍ଦ୍ର କିଂବା ରାଜ୍ୟ ମନ୍ତ୍ରାଳୟ ଏଥି ନିମନ୍ତେ ଟିକସ୍‌ ଛାଡ଼ କରି ନ ଥିଲା। ଟିକସ ବାବଦରେ କଟିଥିବା ଅର୍ଥ ବିସିସିଆଇ ଭରଣା କରୁ ବୋଲି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ନେତୃତ୍ୱାଧୀନ କ୍ରିକେଟ୍‌ ଖେଳର ବିଶ୍ୱସ୍ତରୀୟ ନିୟନ୍ତ୍ରକ ସଂସ୍ଥାନ ଆଇସିସି ଚାହୁଁଛି। ଅକ୍ଟୋବର ମାସରେ ସିଙ୍ଗାପୁର ଠାରେ ଆୟୋଜିତ ଆଇସିସି ବୋର୍ଡର ମିନ୍ୟୁଟ୍‌ସ୍‌ରେ ଏ ସଂକ୍ରାନ୍ତରେ ବିସିସିଆଇକୁ ସ୍ମରଣ କରାଇ ଦିଆଯାଇଥିଲା।

publive-image

ଆଇସିସିର ଦାବି ପୂରଣ କରିବା ନିମନ୍ତେ ବିସିସିଆଇ ପାଖରେ ମାତ୍ର ୧୦ ଦିନରୁ କମ୍‌ ସମୟ ରହିଛି। ଯଦି ବିସିସିଆଇ ନିର୍ଦ୍ଧାରିତ ସମୟରେ ତାହା ପୈଠ ନ କରେ ତେବେ ଚଳିତ ଆର୍ଥିକ ବର୍ଷ ରାଜସ୍ୱରୁ ଭାରତର ଭାଗରୁ ତାହା କାଟି ନିଆଯିବ ବୋଲି ଆଇସିସି ଧମକ ଦେଇଛି।

ଆଇସିସି ଆହୁରି ମଧ୍ୟ ଧମକ ଦେଇଛି କି, ଯଦି ଭାରତ ଦାବି ଅର୍ଥ ପୈଠ ନ କରେ, ୨୦୨୧ ଚାମ୍ପିଅନ୍‌ ଟ୍ରଫି ନିମନ୍ତେ ସେମାନେ ବିକଳ୍ପ ବାଛିବେ ଓ ଭାରତରେ ଆୟୋଜନ ହେବାକୁ ଥିବା ୨୦୧୩ ୫୦- ଓଭର ବିଶ୍ୱ କପ୍‌ ଅନ୍ୟତ୍ର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe