ବିମାନବନ୍ଦର ବନ୍ଦ ହେବା ପରେ ବଦଳିପାରେ ଆଇପିଏଲ୍ ମ୍ୟାଚ୍‌ର ସ୍ଥାନ

wqrwrq

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ, ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରର ୯ଟି ସ୍ଥାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ମଙ୍ଗଳବାର ମଧ୍ୟରାତ୍ରରେ ଏହା ଘଟିଥିବା ବେଳେ ସେବେଠାରୁ, ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଥିବା ଅତି କମରେ ୧୮ଟି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି, ଯେଉଁଥିରେ ଶ୍ରୀନଗର, ଲେହ, ଜମ୍ମୁ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଶିମଲା, ଧର୍ମଶାଳା ଏବଂ ଜାମନଗର ଅନ୍ତର୍ଭୁକ୍ତ।

ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଧର୍ମଶାଳା ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିବାରୁ ସେଠାରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପ୍ରଭାବିତ ହେବ ବୋଲି କୁହାଯାଉଛି। ଗୁରୁବାର ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ, ମେ’ ୧୧ରେ ସେଠାରେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ମଧ୍ୟରେ ମ୍ୟାଚ୍ ଖେଳାଯିବା ନେଇ ପୂର୍ବରୁ କାର୍ଯ୍ୟକ୍ରମ ରହିଛି। ଏବେ ବିମାନବନ୍ଦର ବନ୍ଦ ହେବା ପରେ ମେ’ ୧୧ରେ ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍ ଏବେ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇପାରେ ବୋଲି କୁହାଯାଉଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, 'ଏହି ସମୟରେ ସବୁକିଛି ଅନିଶ୍ଚିତ। ଦଳଗୁଡ଼ିକ ସହିତ ଆଲୋଚନା ଚାଲିଛି ଏବଂ ବିମାନବନ୍ଦର ବନ୍ଦ ଥିବା ସମୟରେ ସେମାନେ ଧର୍ମଶାଳାରୁ ଦିଲ୍ଲୀ କିପରି ଫେରିବେ ସେ ବିଷୟରେ ମଧ୍ୟ ସେମାନେ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe