ଅଧିନାୟକ ପଦରୁ ବିଦା ହୋଇପାରନ୍ତି ସରଫରାଜ ଅହମ୍ମଦ!

Advertisment

cricketpakistan.com.pk

କରାଚି : ୨୦୧୯ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନର ନୈରାଶଜନକ ପ୍ରଦର୍ଶନ ପରେ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏପରିକି ସରଫରାଜଙ୍କଠାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧିନାୟକ ପଦ ଛଡାଇନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ସରଫରାଜଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦରୁ ବିଦା କରିପାରେ।

publive-image

୩୨ ବର୍ଷୀୟ ସରଫରାଜ ଅହମ୍ମଦ୍ ଏପର୍ଯ୍ୟନ୍ତ ୧୩ଟି ଟେଷ୍ଟ ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳର ମଙ୍ଗ ସମ୍ଭାଳିଛନ୍ତି । ଆଉ ଯେଉଁଥିରେ ଦଳକୁ ୪ଟି ମ୍ୟାଚରେ ବିଜୟ ଆଉ ୮ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ତେବେ ଯଦି ସରଫରାଜଙ୍କୁ ପାକିସ୍ତାନ ଅଧିନାୟକ ପଦରୁ ବାହାର କରୁଛି ତେବେ କିଏ ହେବ ନୂଆ ଅଧିନାୟକ ତାଉପରେ ରହିଛି ସମସ୍ତଙ୍କ ନଜର। ଆଉ କୁହାଯାଉଛି, ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ଟେଷ୍ଟ ଟିମ୍ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିପାରେ ପାକ୍ କ୍ରିକେଟ୍ ବୋର୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe