କରାଚୀ : ଆଇପିଏଲ୍ର ସମ୍ପ୍ରସାରିତ ଋତୁ ପାଇଁ ବିସିସିଆଇକୁ ଅଢ଼େଇ ମାସର ଗବାକ୍ଷ ମିଳିବାକୁ ଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାକୁ ବିରୋଧ କରିଛି। ଆଇସିସି ସମ୍ମିଳନୀରେ ଏ ସମ୍ପର୍କରେ ମୋ ମତ ରଖିବି। ଅଦ୍ୟାବଧି ଆଇପିଏଲ୍ ପାଇଁ ସମ୍ପ୍ରସାରିତ ଗବାକ୍ଷକୁ ଅନୁମତି ମିଳିନାହିଁ। ଏହାକୁ ମୁଁ ଦୃଢ଼ଦାର ସହ ବିରୋଧ କରିବି ବୋଲି ପିସିବିର ଅଧ୍ୟକ୍ଷ ରମିଜ ରାଜା ପ୍ରକାଶ କରିଛନ୍ତି। ଆଇସିସିର ୨୦୨୪-୨୦୩୧ ଏଫଟିପି ଚକ୍ର ପାଇଁ ସଂପ୍ରସାରିତ ଗବାକ୍ଷ ଦେବାକୁ ବିସିସିଆଇ ଯୋଜନା କରିଥିବା କିଛି ଦିନ ତଳେ ସମ୍ପାଦକ ଜୟ ସାହା ପ୍ରକାଶ କରିବା ପରେ ରମିଜ ଏଭଳି ସ୍ବର ଉଠାଇଛନ୍ତି। ଭାରତ ଓ ପାକିସ୍ତାନ ପରସ୍ପର ସହ ଖେଳିବାକୁ ପ୍ରସ୍ତୁତ ଥିଲେ ବି ରାଜନୈତିକ କାରଣ ପ୍ରତିବଂଧକ ସାଜୁଛି ବୋଲି ରାଜା କହିଥିଲେ। ସେହିଭଳି ପିସିବି ମୁଖ୍ୟ ପଦରୁ ରମିଜ୍ ରାଜା ଖୁବ୍ ଶୀଘ୍ର ବିତାଡିତ ହେବା ସମ୍ଭାବନା ଥିବା ଖବରକୁ ସେ ଖଣ୍ଡନ କରିଥିଲେ। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସାହାବାଜ ସରିଫ୍ ଖୁବ୍ ଶୀଘ୍ର ରମିଜଙ୍କ ବଦଳରେ ଜଣଙ୍କୁ ପିସିବି ମୁଖ୍ୟ ନିଯୁକ୍ତ କରିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।
ଆଇପିଏଲ୍ ସମ୍ପ୍ରସାରଣକୁ ପିସିବିର ବିରୋଧ
Advertisment
Follow Us