ଅପମାନିତ ହେବା ପରେ ଆଇସିସିରେ ଅଭିଯୋଗ କଲା ପାକିସ୍ତାନ

Advertisment

ଏସିଆ କପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ହାତ ନ ମିଳାଇବା ଘଟଣା ପରେ, ପାକିସ୍ତାନ ଅପମାନିତ ମନେ କରୁଛି । କିନ୍ତୁ ଏଥିପାଇଁ ଭାରତ ବଦଳରେ ମ୍ୟାଚ ରେଫରିଙ୍କୁ ଦାୟୀ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।

ଏସିଆ କପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ହାତ ନ ମିଳାଇବା ଘଟଣା ପରେ, ପାକିସ୍ତାନ ଅପମାନିତ ମନେ କରୁଛି । କିନ୍ତୁ ଏଥିପାଇଁ ଭାରତ ବଦଳରେ ମ୍ୟାଚ ରେଫରିଙ୍କୁ ଦାୟୀ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।

New Project (22)

ଦୁବାଇ : ଏସିଆ କପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ହାତ ନ ମିଳାଇବା ଘଟଣା ପରେ, ପାକିସ୍ତାନ ଅପମାନିତ ମନେ କରୁଛି । କିନ୍ତୁ ଏଥିପାଇଁ ଭାରତ ବଦଳରେ ମ୍ୟାଚ ରେଫରିଙ୍କୁ ଦାୟୀ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ଏ ନେଇ ପିସିବି ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଅଭିଯୋଗ କରି ମ୍ୟାଚ ରେଫରିଙ୍କୁ ହଟାଇବାକୁ ଦାବି କରାଯାଇଛି ।

ରବିବାର ଭାରତ-ପାକିସ୍ତାନ ମ୍ୟାଚର ଟସ ପଡ଼ିବା ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇନଥିଲେ । ଏପରିକି ମ୍ୟାଚ ପରେ ବି ଖେଳାଳିମାନେ ହାତ ମିଳାଇନଥିଲେ ।

ରବିବାର ଭାରତ-ପାକିସ୍ତାନ ମ୍ୟାଚର ଟସ ପଡ଼ିବା ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇନଥିଲେ । ଏପରିକି ମ୍ୟାଚ ପରେ ବି ଖେଳାଳିମାନେ ହାତ ମିଳାଇନଥିଲେ । ଏଥିରେ ଖପ୍ପା ହୋଇ ପିସିବି ଆଇସିସି ନିକଟରେ ଆବେଦନ କରିଛି ଏବଂ ଭାରତ-ପାକିସ୍ତାନ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ଦାବି କରିଛି। ପାକିସ୍ତାନ ଆଇସିସିକୁ ତୁରନ୍ତ ପ୍ରଭାବରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି। ପିସିବି ମନେ କରୁଛି ଯେ ମ୍ୟାଚ ରେଫରି ଭାରତୀୟ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏଥିପାଇଁ ତାଙ୍କୁ ହଟାଯିବା ଦରକାର । 

ସେପଟେ ଏହି ମ୍ୟାଚ ଖେଳାଯିବାକୁ ନେଇ ଦେଶ ଭିତରେ ବି ବିସିସିଆଇକୁ ପ୍ରବଳ ବିରୋଧ କରାଯାଉଛି । ଏପରିକି ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe