ପିଟରସନଙ୍କ ପୁରୀ ଚର୍ଚ୍ଚା

ପିଟରସନଙ୍କ ପୁରୀ ଚର୍ଚ୍ଚା

ଭୁବନେଶ୍ବର: ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍‌ ମଙ୍ଗଳବାର ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ। ବିଗତ ଦିନର ଏହି ଖ୍ୟାତନାମା ଅଲ୍‌ରାଉଣ୍ଡର୍‌ ନିଜ ଟ୍ବିଟର୍ ଆକାଉଣ୍ଟରେ ଛାଡ଼ିଥିବା ଏକ ଫଟୋରେ ପିପିଇ କିଟ୍‌ ପରିଧାନ କରି ପଇଡ ପାଣି ପିଉଥିଲେ। କିନ୍ତୁ ବସିଥିବା ସ୍ଥାନର ପଛ କାନ୍ଥରେ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରାର ଏକ ତୈଳଚିତ୍ର ଝୁଲୁଥିଲା। ଏହାକୁ ଦେଖି ଅନେକ ପ୍ରଶଂସକ ପିଟରସନ୍‌ଙ୍କ ପୁରୀ ସମ୍ପର୍କର ଖିଏ ଖୋଜିଥିଲେ। ବାସ୍ତବରେ ପିଟରସନ୍‌ ବର୍ତମାନ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାଜଧାନୀ ରାଇପୁରଠାରେ ଥିବା‌ ମେ’ ଫେୟାର୍‌ ହୋଟେଲ୍‌ରେ ଅବସ୍ଥାନ କରୁଥିବାରୁ ଏଭଳି ଫଟୋ ଦେଖିବାକୁ ମିଳିଛି।

ମାର୍ଚ୍ଚ ୫ ତାରିଖରୁ ରାଇପୁରଠାରେ ଅନ୍‌ଏକାଡେମି ରୋଡ୍‌ ‌‌ସେଫଟି ବିଶ୍ବ ସିରିଜ୍ ଲିଜେଣ୍ଡ୍‌ସ କ୍ରିକେଟ୍‌ ଖେଳିବାକୁ ‌ସେ ଆସିଛନ୍ତି। କେଭିନ୍‌ ଇଂଲଣ୍ଡ ଲିଜେଣ୍ଡ୍ସ ଦଳର ନେତୃତ୍ବ ବି ନେବେ। ଏହି ଅବସରରେ କିଛି ପ୍ରଶଂସକ ପିଟରସନ୍‌ଙ୍କ ମଧୁର ତଥା ସ୍ବାସ୍ଥ୍ୟକର ପଇଡ଼ ପାଣି ପିଉଥିବାରୁ ଅଭିନନ୍ଦନ ଜଣାଇବା ସହ ପୁରୀ ନିମନ୍ତ୍ରଣ କରିବାକୁ ବି ପଛାଇ ନଥିଲେ। ସମ୍ପ୍ରତି ସ୍ପିନ୍‌ ବିପକ୍ଷରେ ସଂଘର୍ଷରତ ଇଂଲଣ୍ଡ ଟେଷ୍ଟ୍ ଦଳକୁ‌ ଫେରି ଚତୁର୍ଥ ଟେଷ୍ଟ୍‌‌‌ ଖେଳନ୍ତୁ ବୋଲି ଜଣେ ପ୍ରଶଂସକ ମଧ୍ୟ ମଜାରେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe