ଲଣ୍ଡନ ଅଲିମ୍ପିକ୍ସ ପରେ ଆତ୍ମହତ୍ୟା ଚିନ୍ତା କରିଥିଲେ ଫେଲପ୍ସ

Advertisment
ଲଣ୍ଡନ ଅଲିମ୍ପିକ୍ସ ପରେ ଆତ୍ମହତ୍ୟା ଚିନ୍ତା କରିଥିଲେ ଫେଲପ୍ସ

2016 Rio Olympics - Swimming - Victory Ceremony - Men's 4 x 100m Medley Relay Victory Ceremony - Olympic Aquatics Stadium - Rio de Janeiro, Brazil - 13/08/2016. Gold medallist Michael Phelps (USA) of USA stands to attention on the podium. REUTERS/Dominic Ebenbichler FOR EDITORIAL USE ONLY. NOT FOR SALE FOR MARKETING OR ADVERTISING CAMPAIGNS.

ନ୍ୟୁୟର୍କର୍: ଅଲିମ୍ପିକ୍ସ ଇତିହାସର ସଫଳତମ ତାରକା ତଥା ଆମେରିକୀୟ ସନ୍ତରଣ କିମ୍ବଦନ୍ତୀ ମାଇକେଲ ଫେଲପ୍ସ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ଫେଲପ୍ସ ନିଜେ ଏହି ଚାଞ୍ଚଲ୍ୟକାର କଥା ଉପରୁ ପରଦା ଉଠାଇଛନ୍ତି। ଲଣ୍ଡନ ଅଲିମ୍ପିକ୍ସ ପରେ ପରେ ସେ ଘୋର ବିଷାଦର ଶିକାର ହୋଇଥିଲେ। କହିବାକୁ ଗଲେ ପ୍ରତ୍ୟେକ ଅଲିମ୍ପିକ୍ସ ପରେ ଫେଲପ୍ସ ଏହି ମାନସିକ ରୋଗର ଶିକାର ହେଉଥିଲେ। ଗତ ୧୭ ବର୍ଷ ଧରି ଫେଲପ୍ସ ଏହା ସହ ଲଢ଼ି ଆସୁଛନ୍ତି। ହେଲେ ଲଣ୍ଡନ ଅଲମ୍ପିକ୍ସ ପରେ ସ୍ଥିତି ନିୟନ୍ତ୍ରଣ ବାହରକୁ ଚାଲି ଯାଇଥିଲା। ଅସହାୟତା ଏବଂ ଅବସାଦରେ ଅତିଷ୍ଠ ହୋଇ ଫେଲପ୍ସ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବିଚାର କରୁଥିଲେ। ୩୨ ବର୍ଷୀୟ ଫେଲପ୍ସ ଏକ ସାକ୍ଷାତକାର ଅବସରରେ ଏଭଳି ଦୁଃଖଦ ତଥ୍ୟ ପ୍ରଦାନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୨୩ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ଫେଲପ୍ସ ଲଣ୍ଡନ ଅଲିମ୍ପିକ୍ସରେ ଚାରିଟି ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ଯାହା ତାଙ୍କ ଆଶାଠାରୁ ଢେର କମ୍‌ ଥିଲା। ସେଥିପାଇଁ ସେ ଚାରି ଦିନ ପର୍ଯ୍ୟନ୍ତ ନିଜ କୋଠରି ବାହାରକୁ ବାହାରି ନଥିଲେ। ବିଷାଦ ବା ଡିପ୍ରେସନ୍‌ ସହ ନିଜ ଲଢ଼େଇ ବିଷୟରେ ସମକ୍ୟ ସୂଚନା ଦେଇ ସେ କହିଛନ୍ତି ପ୍ରତି ଅଲିମ୍ପିକ୍ସ ପରେ ମୁଁ ଡିପ୍ରେସନର ଶିକାର ହୁଏ। ଲଣ୍ଡନ ଅଲିମ୍ପିକ୍ସ ପରେ ମୁଁ ଆଉ ସୁଇମିଂ ପୁଲ୍‌କୁ ଓହ୍ଲାଇବାକୁ ଚାହୁଁ ନଥିଲି। ସେଥିପାଇଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲି। ଆଗକୁ ସେ ମାନସିକ ବିକାର ଗସ୍ତ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ଏବଂ ବିଷାଦ ବିରୋଧୀ ଅଭିଯାନ ଆରମ୍ଭ କରିବେ ବୋଲି ଫେଲପ୍ସ ଏହି ଅବସରରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe