ଚର୍ଚ୍ଚାରେ ଭାରତର ପ୍ରାରମ୍ଭିକ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଫଟୋ

Advertisment
ଚର୍ଚ୍ଚାରେ ଭାରତର ପ୍ରାରମ୍ଭିକ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଫଟୋ

India Today

ନୂଆଦିଲ୍ଲୀ : ଭାରତର ପ୍ରାରମ୍ଭିକ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଫଟୋ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପ୍ରତି ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମନ୍ଧାନା ନିଜେ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି। ପ୍ରକାଶଯୋଗ୍ୟ, ଟ୍ବିଟରରେ ଚେତନ ନାମକ ଏକ ବ୍ୟକ୍ତି ସ୍ମୃତିଙ୍କ ଏକ ଫଟୋକୁ ଫଟୋସପ୍ ଆପ୍ଲିକେସନ୍‌ରେ ଏଡିଟ୍ କରି ତାଙ୍କୁ ଲିପ୍‍ଷ୍ଟିକ୍ ଓ କଜ୍ବଳରେ ସଜାଇ ନିଜ ପେଜ୍‌ରେ ଛାଡ଼ିଥିଲେ। ଏହାକୁ ଦେଖି ସ୍ମୃତିଙ୍କ ପ୍ରଂଶସକମାନେ କ୍ଷୁବ୍ଧ ହେବା ସହ ଫଟୋକୁ ରିଟ୍ବିଟ୍ କରି ଖୁବ୍ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ ବିଶ୍ବକପ୍‌ରେ ତାଙ୍କ ବ୍ୟାଟିଂ ପାଇଁ ସ୍ମୃତି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସ୍ମୃତିଙ୍କ ହସ ଗଣମାଧ୍ୟମରେ ଭାଇରାଲ ହେବା ପରେ ସାରା ଭାରତ ତାଙ୍କ ପ୍ରେମରେ ପଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe