Advertisment

ଆରମ୍ଭ ହେଲା ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ

Advertisment

ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ |

ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ |

Badminton League

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ କ୍ରୀଡା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଠିକ ରହେ | କିଛି ଏଭଳି ବାର୍ତ୍ତା ନେଇ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ | ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ | ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ ଆଜିଠାରୁ ଆରମ୍ଭ ହୋଇଛି |

league

 ଏହି କ୍ରୀଡା ପ୍ରତିଯୋଗିତାରେ ଶତାଧିକ ଫିଜିଓଥେରାପିଷ୍ଟ ଯୋଗ ଦେଇଥିଲେ | ଏହି ଅବସରରେ ମେୟର ସୁଲୋଚନା ଦାସ କହିଥିଲେ ଯେ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଫିଜିଓଥେରାପିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆଉ ଏହାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଫିଜିଓଥେରାପିଷ୍ଟମାନେ ଆବାଳବୃଦ୍ଧବନିତାଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି | ତେଣୁ ସେହି ଫିଜିଓଥେରାପିଷ୍ଟମାନେ ଫିଟ ରହିଲେ ହିଁ ଅନ୍ୟକୁ ଫିଟ କରିପାରିବେ | ଆଉ ଫିଟ ରହିବା ପାଇଁ ବ୍ୟାଡମିଣ୍ଟନର ବଡ ଭୂମିକା ରହିଛି | ଏହି ବ୍ୟାଡମିଣ୍ଟନ ଲିଗକୁ ଡ଼.ଦୀପକ ସାମନ୍ତରାୟ, ଡ଼.ବିଶ୍ୱଜିତ ସାହୁ, ଡ଼.ସୌମେନ୍ଦ୍ର କୁମାର ପଣ୍ଡା, ଡ଼.ବିଭୁତି ଭୂଷଣ ଜେନା, ଡ଼.ଚିନ୍ମୟ କୁମାର ପାତ୍ର, ଡ଼.ସାଗର ଦୀକ୍ଷିତ, ଡ଼.ପି ଵାଲା କିଶୋର, ଡ଼.ତାପସ ମିତ୍ର ପ୍ରମୁଖ ଆୟୋଜନ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe