ଏଆଇଏଫ୍‌ଏଫ୍‌ ବୈଷୟିକ ସମିତିରେ ପିଙ୍କି

Advertisment
ଏଆଇଏଫ୍‌ଏଫ୍‌ ବୈଷୟିକ ସମିତିରେ ପିଙ୍କି

କଟକ: ଓଡ଼ିଶାର ପୂର୍ବତନ ଆନ୍ତର୍ଜାତିକ ଫୁଟ୍‌ବଲ ଖେଳାଳି ପିଙ୍କି ବମ୍ପଲ୍‌ ମଗରଙ୍କୁ ସର୍ବଭାରତୀୟ ଫୁଟ୍‌ବଲ ମହାସ˚ଘ (ଏଆଇଏଫ୍‌ଏଫ୍‌)ର ବୈଷୟିକ ସମିତିର ସଦସ୍ୟ ଭାବେ ସ୍ଥାନ ମିଳିଛି। ଆଇ ଏମ୍‌ ବିଜୟନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ପିଙ୍କିଙ୍କ ସହିତ ଇୟୁଜେନସନ ଲିଙ୍ଗଡୋ, କ୍ଲାଇମାକ୍ସ ଲରେନ୍ସ, ହରଜିନ୍ଦର ସି˚ହ, ଅରୁଣ ମାଲହୋତ୍ରା ରହିଛନ୍ତି। ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ପୂର୍ବରୁ କାର୍ଯ୍ୟନିର୍ବାହୀ ସମିତି ପାଇଁ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଆଇଏଫ୍‌ଏଫ୍‌ରେ ନୂଆ ଦାୟିତ୍ବ ପାଇଥିବା ଦୁଇ ଓଡ଼ିଆଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି। ସେପଟେ ଫୁଟ୍‌ବଲ ଦିଲ୍ଲୀର ସଭାପତି ସାଜି ପ୍ରଭାକରନ ଏଆଇଏଫ୍‌ଏଫ୍‌ର ନୂଆ ମହାସଚିବ ଏବଂ ସୁନନ୍ଦୋ ଧର ନୂଆ ଉପ ମହାସଚିବ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe