ମେଲବର୍ଣ୍ଣ: ମେଲବର୍ଣ୍ଣ ଟିକେଟ ଗ୍ରାଉଣ୍ଡରେ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିବା ବେଳେ ଏକମାତ୍ର ନୂଆ ମୁହଁ ଭାବେ ବିଜୟ ଶଙ୍କର ତାଙ୍କ ଜୀବନର ପ୍ରଥମ ଦିନିକିଆ ଖେଳିବାର ସୁଯୋଗ ପାଇଛନ୍ତି।ସେହିପରି ଯୁଜବେନ୍ଦ୍ର ଚହଲ ଓ କେଦାର ଯାଦବଙ୍କୁ ମଧ୍ୟ ତୃତୀୟ ଦିନିକିଆରେ ସୁଯୋଗ ମିଳିଛି। ଭାରତ ପକ୍ଷରୁ ବୋଲିଂ ଆରମ୍ଭ କରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରର ୨ଟି ବଲ୍ ପରେ ବର୍ଷା ଯୋଗୁଁ ଖେଳାଳିମାନେ ପାଭିଲିୟନକୁ ଫେରିଆସିଥିବା ବେଳେ ପିଚ୍କୁ କଭର କରି ଦିଆଯାଇଥିଲା। ତେବେ ଭାରତୀୟ ସମୟ ସକାଳ ୮ଟା ୨୫ରେ ପୁଣି ଖେଳ ଆରମ୍ଭ ହୋଇଛି। ଖେଳର ତୃତୀୟ ଓଭରରେ ଭୁବନେଶ୍ୱର ୁମାର ଓପନର କେରୀଙ୍କୁ କୋହଲିଙ୍କ ଦ୍ୱାରା କାଚ୍ କରି ପାଭିଲିୟନ ଫେରାଇ ଦେଇଛନ୍ତି।
ଟେଷ୍ଟ୍ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ କେବେ ବି ଟେଷ୍ଟ୍ କିମ୍ବା ଦିନିକିଆ ଶୃଙ୍ଖଳା ଜିତିନଥିଲା। ଗୋଟିଏ ସ୍ୱପ୍ନକୁ ବିରାଟ ବାହିନୀ ସାକାର କରିସାରିଛି। ଅନ୍ୟଟିର ନିଣ୍ଣାୟକ ପରୀକ୍ଷା ଆଜି ମେଲବର୍ଣ୍ଣ ଠାରେ ଅନୁଷ୍ଠିତ ହେଉଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଏବେ ସ୍ଥିତି ୧-୧ ରେ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।
ମେଲବର୍ଣ୍ଣ: ବର୍ଷା ବାଧା ପରେ ଆରମ୍ଭ ହେଲା ଖେଳ,ଅଷ୍ଟ୍ରେଲିଆର ପ୍ରଥମ ଓ୍ଵିକେଟ୍ ପତନ
Advertisment
Follow Us