ଆଜି ପହଞ୍ଚିବେ ଖେଳାଳି: ବାରବାଟୀ ଟେ୍ଵଣ୍ଟି-୨୦ ଦିନକ ପରେ

Advertisment
ବାରବାଟୀ ଟିକେଟ କେଳେଙ୍କାରୀ: ବିନୟଙ୍କ ଜାମିନ ଖାରଜ

କଟକ: ବୁଧବାର ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚିବେ। ଉଭୟ ଦଳ ସ୍ୱତନ୍ତ୍ର ବିମାନ ଯୋଗେ ୨ଟା ୫ ମିନିଟ୍‌ରେ ଭୁବନେଶ୍ୱରରେ ପାଦଦେବେ। ଭୁବନେଶ୍ୱର ବିମାନବନ୍ଦରରେ ଉଭୟ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯିବା ପରେ ହୋଟେଲ୍‌କୁ ନିଆଯିବ। ୧୯ ତାରିଖରେ ବାରବାଟୀରେ ଉଭୟ ଦଳର ଖେଳାଳିମାନେ ଅଭ୍ୟାସ କରିବେ। ଶ୍ରୀଲଙ୍କା ସକାଳ ୯ରୁ ୧୨ଟା ଓ ଭାରତ ଦିନ ୨ରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ୨୦ ତାରିଖରେ ମ୍ୟାଚ୍‌ ଖେଳିବା ପରେ ୨୧ ତାରିଖ ଦିନ ଗୋଟାଏ ବେଳେ ସ୍ୱତନ୍ତ୍ର ବିମାନରେ ଦୁଇ ଦଳ ଇନ୍ଦୋର ଫେରିଯିବେ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ରବିବାର ମକ୍‌ଡ୍ରିଲ୍‌ କରାଯାଇଛି। ବିମାନବନ୍ଦରରୁ ଖେଳାଳିମାନଙ୍କୁ କିପରି ହୋଟେଲ ନିଆଯିବ ଏବଂ ହୋଟେଲ୍‌ରୁ ସେମାନଙ୍କୁ ସୁରକ୍ଷିତ ଷ୍ଟାଡିୟମ ଅଣାଯିବ, ପୁଣି ମ୍ୟାଚ୍‌ ପରେ କିପରି ଖେଳାଳିଙ୍କୁ ଷ୍ଟାଡିୟମରୁ ହୋଟେଲ୍‌ ଓ ପରେ ବିମାନବନ୍ଦରରେ ଛଡ଼ାଯିବ, ସେନେଇ ପୁଲିସ୍‌ ପକ୍ଷରୁ ଅଭ୍ୟାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe