ଫେଲପ୍ସଙ୍କ କଡ଼ା ଚେତାବନୀ, ‘ଅଲିମ୍ପିକ୍ସ ସ୍ଥଗିତ ଯୋଗୁଁ ଖେଳାଳିଙ୍କ ଆତ୍ମହତ୍ୟା ହାର ବଢ଼ିପାରେ’

Advertisment
ଫେଲପ୍ସଙ୍କ କଡ଼ା ଚେତାବନୀ, ‘ଅଲିମ୍ପିକ୍ସ ସ୍ଥଗିତ ଯୋଗୁଁ ଖେଳାଳିଙ୍କ ଆତ୍ମହତ୍ୟା ହାର ବଢ଼ିପାରେ’

ନ୍ୟୁୟର୍କ: ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ହେବା ନେଇ ଘୋର ଚିନ୍ତା ପ୍ରକଟ କରିଛନ୍ତି ଆମେରିକାର କିଂବଦନ୍ତି ସନ୍ତରଣ ତାରକା ମାଇକେଲ ଫେଲପ୍ସ। ଧରାପୃଷ୍ଠର ଏହି ସର୍ବବୃହତ୍ କ୍ରୀଡ଼ା ମହୋତ୍ସବ ୨୦୨୧ ମସିହା ଜୁଲାଇ-ଅଗଷ୍ଟ ମାସକୁ ଯିବା ପରେ ଖେଳାଳିଙ୍କୁ ମନସ୍ତାତ୍ତ୍ବିକ ଚାପରୁ ମୁକ୍ତ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ବିଭିନ୍ନ କ୍ରୀଡ଼ା ମହାସଂଘକୁ ଆହ୍ବାନ କରିଛନ୍ତି। ଏହା ନହେଲେ ଖେଳାଳିଙ୍କ ଆତ୍ମହତ୍ୟା ହାର ପୂର୍ବାପେକ୍ଷା ଢେର ବଢ଼ିବ ବୋଲି ଫେଲପ୍ସ କଡ଼ା ଚେତାବନୀ ଦେଇଛନ୍ତି। ଏହି ବିଷୟରେ ନିଜ ମତାମତ ରଖିବାକୁ ଯାଇ ସେ କହିଛନ୍ତି ଯେ ଆପଣ ୪ ବର୍ଷ ଧରି ଅଲିମ୍ପିକ୍ସକୁ ଅପେକ୍ଷା କରିଥାଆନ୍ତି। ଏକ ନିର୍ଦିଷ୍ଟ ସମୟକୁ ଆଖି ଆଗରେ ରଖି ଆମେ ଏଥିଲାଗି ଅଭ୍ୟାସ କରୁଥାଏ। ଲକ୍ଷ୍ୟ ବି ଧାର୍ଯ୍ୟ କରିଥାଏ। ଆମ ଶରୀର ମଧ୍ୟ ତଦନୁଯାୟୀ ପ୍ରସ୍ତୁତ ହୋଇ ରହିଥାଏ। ହେଲେ ଯଦି ଅଚାନକ କୌଣସି କାରଣରୁ ଅପେକ୍ଷା ଆହୁରି ବଢ଼ିଯାଏ, ତାହାଲେ ମାନସିକ ସ୍ତରରେ ଆମେ ଚାପଗ୍ରସ୍ତ ହେବା ସ୍ବାଭାବିକ। ମୁଁ ଆଶା କରୁଛି, ଆତ୍ମହତ୍ୟା ସଂଖ୍ୟା ନ ବଢୁ। କାରଣ ଅଲିମ୍ପିକ୍ସରେ ମାନସିକ ସ୍ବାସ୍ଥ୍ୟର ଢେର ମହତ୍ବ ରହିଥାଏ। ଅଲିମ୍ପିକ୍ସକୁ ନେଇ ଆଗରୁ ଆମେ ଏମିତି କିଛି ଦେଖି ନଥିଲେ କିମ୍ବା ଶୁଣି ନଥିଲେ। ଏହାକୁ ସ୍ଥଗିତ କରିବା କିନ୍ତୁ ଏକବାର ଠିକ୍ ନିଷ୍ପତ୍ତି ଥିଲା। ଖେଳାଳିଙ୍କ ପାଇଁ କିନ୍ତୁ ମୋ ଛାତି ଫାଟି ଯାଉଛି। ୩୪ ବର୍ଷୀୟ ଫେଲପ୍ସଙ୍କୁ ଅଲିମ୍ପିକ୍ସ ଇତିହାସର ସଫଳତମ ଖେଳାଳିର ମାନ୍ୟତା ମିଳିଥିଲା ବେଳେ ସେ ସର୍ବମୋଟ ୨୮ ପଦକ ଜିତି ଇତିହାସ ରଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe