ମସ୍ତିରେ ମଜିଲେ, ବଂଧୁକ ଚଳାଇଲେ ଭାରତୀୟ

Advertisment
ମସ୍ତିରେ ମଜିଲେ, ବଂଧୁକ ଚଳାଇଲେ ଭାରତୀୟ

ଭୁବନେଶ୍ବର: ବେଲଜିୟମ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଭାରତୀୟ ଦଳ ମଧ୍ୟ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପ୍ରଶଂସକ ଗାଁରେ ହାଲକା ମୁଡ୍‌ରେ ଥିଲେ। ରଗ୍‌ବି ଓ ଫୁଟ୍‌ବଲ୍‌ ପଡ଼ିଆରେ ଥିବା ଦୁଇ ପ୍ରଶଂସକ ଗାଁରେ ଭାରତୀୟ ଖେଳାଳି ସଂଧ୍ୟାରେ ନୃତ୍ୟଗୀତରେ ମଜିଥିଲେ। ମିନି ହକି ପିଚ୍‌ରେ ବି ପ୍ରଶଂସକଙ୍କ ସହ ଖେଳିଥିଲେ। ଏହି ଅବସରରେ ଭାରତୀୟ ଖେଳାଳିଙ୍କ ଡ଼ାକ ନାମ କହିଥିଲେ ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏବଂ ଅଧିନାୟକ ମନପ୍ରୀତ୍ ସିଂହ। ତାରକା ଖେଳାଳି ସିମ୍ରନଜିତ୍‌ ସିଂହ ପ୍ରଶିକ୍ଷକ ହରେନ୍ଦ୍ରଙ୍କ ସବୁଠୁ ପସନ୍ଦର ଖେଳାଳି ବୋଲି ମଧ୍ୟ ପ୍ରକାଶ କରିଥିଲେ। ପରସ୍ପରର ଥଟ୍ଟା ମଜା ଉଡ଼ାଇଥିଲେ। ଏହା ପରେ ଓଡ଼ିଶା ପୁଲିସ୍ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ ସମ୍ବର୍ଧିତ କରାଯାଇଥିଲା। ପାରମ୍ପରିକ ପୁଲିସ୍ ବ୍ୟାଣ୍ଡରେ ସ୍ବାଗତ କରାଯିବା ପରେ ଖେଳାଳିମାନେ ମଧ୍ୟ ଓଡ଼ିଶା ପୁଲିସ୍‌ର ଡଗ୍ ସ୍ବାଡ୍ ଏବଂ ବଂଧୁକଚାଳନାରେ ନିଜ ନିଜ ଦକ୍ଷତା ମାପିଥିଲେ। ଏସଓଜି ଜବାନଙ୍କ ସହିତ ସେଲଫି ଉଠାଇଥିଲେ। ଭାରତୀୟ ଦଳର ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe