PM congratulates world champion: ବିଶ୍ବ ବିଜୟିନୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ନାରୀ ଶକ୍ତିର ନବୋଦୟ, ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ

ବିଶ୍ବକପ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଭେଟିଛନ୍ତି। ୭ ଲୋକମାନ୍ୟ ତିଳକ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ....

addagdgzvccvv

ନୂଆଦିଲ୍ଲୀ: ବିଶ୍ବକପ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଭେଟିଛନ୍ତି। ୭ ଲୋକମାନ୍ୟ ତିଳକ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହର୍‌ମନ୍‌ପ୍ରୀତ୍ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପ୍ରଶିକ୍ଷକ ଅମୋଲ ମଜୁମ୍‌ଦାର୍‌ଙ୍କ ସହ ପହଞ୍ଚିବା ପରେ ମୋଦୀ ସେମାନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ସମସ୍ତଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଐତିହାସିକ ବୋଲି ବର୍ଣ୍ଣନା‌ କରି ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇଥିଲେ। ବିଶେଷ କରି ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ଯେଭଳି ଭାବେ ଆତ୍ମବିଶ୍ବାସର ସହ ପ୍ରତ୍ୟାବର୍ତ୍ତନ କରି ବିଶ୍ବକପ୍‌କୁ ନିଜ ନାଁରେ କରିନେଲା, ତାହା କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ। ପ୍ରାରମ୍ଭିକ ବିଫଳତା ପରେ ଆପଣମାନେ କିଭଳି ଭାବେ ସାମାଜିକ ଗଣାମଧ୍ୟମରେ ଭୀଷଣ ଟ୍ରୋଲ୍‌ର ସମ୍ମୁଖୀନ ହୋଇଥିଲେ ସେ କଥା ମୁଁ ଜାଣିଛି। ତଥାପି ଅପୂର୍ବ ଏକାଗ୍ରତା ଦେଖାଇ ଆପଣମାନେ ଯେଭଳି ବିଶ୍ବକପ୍ ଜିତିଲେ, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଥିଲେ ମୋଦୀ।

ମୋଦୀ ଖୋଲା ହୃଦୟରେ ସମସ୍ତଙ୍କ ସହ ଜଣ ଜଣ କରି କଥା ହୋଇଥିଲେ। ଖେଳାଳିମାନେ ମଧ୍ୟ ତାଙ୍କ ସହ ଢେର୍‌ ସମୟ କଟାଇଥିଲେ। ସମସ୍ତଙ୍କ ମୁହଁରେ ଖୁସି ଓ ଗର୍ବର ଝଲକ ସ୍ପଷ୍ଟ ବାରି ହୋଇଥିଲା। ଏହା ପୂର୍ବରୁ ହର୍‌ମନ୍‌ପ୍ରୀତ୍‌ଙ୍କ ସେନା ଦିଲ୍ଲୀ ଯିବା ଲାଗି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଶଂସକମାନେ ସେମାନଙ୍କୁ ‌ଢୋଲ ବଜାଇ ସ୍ବାଗତ କରିଥିଲେ। ଏପରିକି ବାଦ୍ୟର ତାଳ ତାଳେ ଜେମିମା ରଡ୍ରିଗ୍ସ, ରାଧା ଯାଦବ ଓ ସ୍ନେହା ରାଣା ଖୁସି‌ରେ ନାଚିବା ଆରମ୍ଭ କରି ଦେଇଥିଲେ। ସେହିଭଳି ଦିଲ୍ଲୀ ବିମାନବନ୍ଦର ଏବଂ ତାଜ୍ ପ୍ୟାଲେସ୍‌ ହୋଟେଲରେ ମଧ୍ୟ ଖେଳାଳିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିମାନେ ଅପରାହ୍‌ଣ ୪ଟାରେ ହୋ‌ଟେଲ ଛାଡ଼ି ପାଖାପାଖି ୬ଟା ୪୫ରେ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନକ ପରେ ଅର୍ଥାତ୍ ଗୁରୁବାର ଭାରତୀୟ ‌ଖେଳାଳିମାନେ ମହାମହିମ ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି‌‌ବାର କାର୍ଯ୍ୟକ୍ରମ ରହିଛି। 

ହର୍‌ମନ୍‌ପ୍ରୀତ୍‌ଙ୍କ ବାହୁରେ ବିଶ୍ବକପ୍
ଚଣ୍ଡିଗଡ଼: ବିଶ୍ବକପ୍ ବିଜୟକୁ ସବୁଦିନ ପାଇଁ ସ୍ମରଣୀୟ କରିବା ଲାଗି ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହର୍‌ମନ୍‌ପ୍ରୀତ୍ କୌର ନିଜ ବାହୁରେ ଏହାର ଚିତା କୁଟିଛନ୍ତି। ଏହି ବିଷୟ ସେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ସୁନ୍ଦର ଟାଟୁର ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଲେଖିଛନ୍ତି, ସବୁଦିନ ପାଇଁ ଏବେ ତୁମେ ମୋ ଚର୍ମ ଓ ହୃଦୟରେ। ଏଥିଲାଗି ପିଲାଟି ଦିନରୁ ପ୍ରତୀକ୍ଷା କରିଥିଲି। ଏବେ ସବୁଦିନ ସକାଳୁ ମୁଁ ତୁମକୁ ଦେଖିବି ଏବଂ କୃତଜ୍ଞ ରହିବି। ହର୍‌ମନ୍‌ପ୍ରୀତ୍‌ଙ୍କ ଭଳି ଭାରତୀୟ ଦଳର ତାରକା ଓପନର୍ ସ୍ମୃତି ମନ୍ଧାନା ମଧ୍ୟ ତାଙ୍କ ହାତରେ ବିଶ୍ବକପ୍ ଟାଟୁ କରିଥିବା ଜଣାପଡ଼ିଛି। ସେ ମଧ୍ୟ ଏହାର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe