ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବିଷୟରେ ଆଲୋଚନା କରୁକରୁ ଦେଶର ୧୦କୋଟି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ଅବସରରେ ମୋଦି କହିଥିଲେ ପିଲାମାନଙ୍କ ଅନ୍ତର୍ନିହିତ ଗୁଣକୁ କେବେ ହେଲେ ମାରି ଦେବା ଉଚିତ ନୁହେଁ। ତେବେ ନିକଟରେ ମୋଦି ଜଣେ ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ମୋଦି ଉଇଣ୍ଟର ଅଲମ୍ପିକ୍ରେ ଭାଗ ନେଇଥିବା କର୍ଣ୍ଣାଟକର ଜଣେ ଖେଳାଳି ସମ୍ପର୍କରେ କହିଛନ୍ତି। ଯିଏକି କୋମାରୁ ଉଠି ବ୍ରୋଞ୍ଚ୍ ମେଡଲା ହାସଲ କରିଛନ୍ତି। ଏହି ଖେଳାଳିଙ୍କ ନାମ ମାର୍କ ମେକମାରିସ୍ । ଯିଏକି କର୍ଣ୍ଣାଟକର ସ୍ନୋବୋର୍ଡ ସ୍ଲୋପଷ୍ଟାଇଲ ଖେଳାଳି। ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ କାହାଣୀ...
/sambad/media/post_attachments/wp-content/uploads/2018/02/mark-mcmorris-wins-olympic-medal-following-a-near-death-accident1400-1518527854_1100x513-300x140.jpg)
୧୧ମାସ ପୂର୍ବରୁ ଏକ ଦୁର୍ଘଟଣାରେ ମାର୍କ ମେକମାରିସ୍ଙ୍କ ୧୭ଟି ହାଡ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣା ପରେ ସେ କୋମାବସ୍ଥାକୁ ଚାଲି ଯାଇଥିଲେ। ୧୧ମାସ ପରେ ସେ ଉଇଣ୍ଟର ଅଲମ୍ପିକ୍ରେ ଭାଗ ନେଇ ଖୁବ୍ ଚମତ୍କାର ପ୍ରଦର୍ଶନ କରି ସ୍ଲୋପ ଷ୍ଟାଇଲ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି। ମେଡେଲ ହାସଲ କରିବା ପରେ ମାର୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରିଥିଲେ। ଗୋଟିଏ ଫଟୋରେ ସେ ହସ୍ପିଟାଲରେ କୋମାରେ ଥିବା ଅବସ୍ଥାର ଓ ଅନ୍ୟ ଫଟୋଟି ପୋଡିୟମରେ ମେଡାଲ ସହିତ ଛିଡ଼ା ହୋଇଛନ୍ତି। ଫଟୋ ସେୟାର କରିବା ସହିତ ମାର୍କ ଲେଖିଛନ୍ତି, ମୋର ଜୀବନକୁ ଅନେକ ଧନ୍ୟବାଦ।
ମାର୍କଙ୍କ ଏହା ଦ୍ୱିତୀୟ ମେଡେଲ। ଏହା ପୂର୍ବରୁ ସେ ୨୦୧୪ରେ ସୋଚି ଅଲମ୍ପିକ୍ରେ ମେଡେଲ ଜିତି ଥିଲେ। ତେବେ ମାର୍କଙ୍କ ଆତ୍ମବିଶ୍ୱାସ ହେତୁ ଏହା ସମ୍ଭବ ହୋଇ ପାରିଛି ବୋଲି କୁହାଯାଉଛି।
  
 Follow Us