Image Courtesy of Deccan Herald
ନୂଆଦିଲ୍ଲୀ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ବର୍ଗର ହାଇ ଜମ୍ପ୍ ପ୍ରତିଯୋଗିତାରେ ଦେଶ ଲାଗି ପ୍ରଥମ କ୍ରୀଡ଼ା ପଦକ ହାସଲ କରିଥିବା ତେଜସ୍ବିନ୍ ଶଙ୍କରଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦ ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଇତିହାସ ରଚିଲେ ତେଜସ୍ବିନ୍ ଶଙ୍କର। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସେ ଆମର ପ୍ରଥମ ହାଇ ଜମ୍ପ୍ ପଦକ ବିଜୟୀ ହୋଇଛନ୍ତି। କାଂସ୍ୟ ପଦକ ଜିଣିଥିବାରୁ ତାଙ୍କୁ ଅଭିନନ୍ଦନ। ତାଙ୍କ ଉଦ୍ୟମ ପାଇଁ ଗୌରବାନ୍ବିତ। ତାଙ୍କ ଭବିଷ୍ୟତ ପ୍ରଚେଷ୍ଟା ପାଇଁ ଶୁଭେଚ୍ଛା। ସେ ସଫଳତା ହାସଲ କରି ଚାଲନ୍ତୁ।
ସୂଚନାଯୋଗ୍ୟ, ବର୍ମିଙ୍ଗ୍ହାମ୍ରେ ଚାଲିଥିବା ‘କମନ୍ୱେଲ୍ଥ୍ ଗେମ୍ସ୍ ୨୦୨୨’ରେ ବୁଧବାର ଦିନ ପୁରୁଷ ହାଇ ଜମ୍ପ୍ ଫାଇନାଲ୍ରେ ଭାରତର ୨୩ ବର୍ଷିୟ ତେଜସ୍ବିନ୍ ଶଙ୍କର ୨.୨୨ ମିଟର୍ ଉଚ୍ଚକୁ କୁଦା ମାରି କାଂସ୍ୟ ପଦକ ହାସଲ କରିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ହାଇ ଜମ୍ପ୍ ପଦକ ଜିଣିବାରେ ତେଜସ୍ବିନ୍ ହେଉଛନ୍ତି ପ୍ରଥମ ଭାରତୀୟ।
Image Courtesy of NDTVଏହି ପ୍ରତିଯୋଗିତାରେ ନିଉଜିଲାଣ୍ଡ୍ର ହାମିଶ୍ କେର୍ ୨.୨୫ ମିଟର୍ ଉଚ୍ଚକୁ କୁଦାମାରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଲାଭ କରିଛନ୍ତି ଅଷ୍ଟ୍ରେଲିଆର ବ୍ରାଣ୍ଡନ୍ ଷ୍ଟାର୍କ।
Follow Us