ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ‘ଭାରତର ଗୌରବ’ ପିଭି ସିନ୍ଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ‘ଭାରତର ଗୌରବ’ ପିଭି ସିନ୍ଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Zee News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରିଓ ଅଲମ୍ପିକ୍‌ ରୌପ୍ୟପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ଭେଟିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ସ୍ୱୀଜରଲାଣ୍ଡର ବାସେଲ ଠାରେ ଆୟୋଜିତ ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ପିଭି ସିନ୍ଧୁଙ୍କୁ ମୋଦୀ ‘ଭାରତର ଗୌରବ’ ବୋଲି ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦୀ ନିଜର ଟୁଇଟର ଆକାଉଣ୍ଟରେ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳିଙ୍କ ସହିତ କିଛି ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ୨୪ ବର୍ଷୀୟ ଷ୍ଟାର ଖେଳାଳିଙ୍କୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ପିଭି ସିନ୍ଧୁଙ୍କୁ ଭେଟିଛନ୍ତି। ସିନ୍ଧୁଙ୍କୁ ଭେଟିବା ପରେ ରିଜିଜୁ ନିଜର ଶୁଭେଚ୍ଛା ବାର୍ତ୍ତାକୁ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

ସୂଚନାଯୋଗ୍ୟ ପିଭି ସିନ୍ଧୁ ପ୍ରଥମ ଭାରତୀୟ ଖେଳାଳି ଭାବେ ଜାପାନୀ ଷ୍ଟାର ତଥା ବିଶ୍ୱର ୩ ନମ୍ବର ଖେଳାଳି ନୋଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ଏହି କୃତିତ୍ୱ ହାସଲ କରିଛନ୍ତି। ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୩ୟ ଥର ପ୍ରବେଶ କରିଥିବାରୁ ସିନ୍ଧୁ ସ୍ୱତନ୍ତ୍ର ରଣନୀତି କରିଥିଲେ। ସେ ଲଢୁଆ ମନୋଭାବ ନେଇ ଜାପାନୀ ପ୍ରତିନ୍ଦନ୍ଦୀଙ୍କ ବିରୋଧରେ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe