‘ଏ ପିଢ଼ି ତମକୁ ମନେ ରଖିବ’: ରାଇନାଙ୍କୁ ପତ୍ର ଲେଖି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
‘ଏ ପିଢ଼ି ତମକୁ ମନେ ରଖିବ’: ରାଇନାଙ୍କୁ ପତ୍ର ଲେଖି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

www.hindustantimes.com

ନୂଆଦିଲ୍ଲୀ: ଦେଶର ୭୪ତମ ସ୍ବାଧୀନତା ଦିବସରେ ଭାରତୀୟ କ୍ରିରକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ସୁରେଶ ରାଇନା କ୍ରିକେଟରୁ ସନ୍ୟାସ ନେଇଛନ୍ତି।
୨୦୧୧ ମସିହା ବିଶ୍ବ କପ୍ ମ୍ୟାଚ୍‌ରେ ନିଜ ନିଜର ଚମକ ଦେଖାଇଥିବା ଏହି ଦୁଇ ତାରକା ଏକା ସାଥିରେ କ୍ରିକେଟ୍‌ରୁ ସନ୍ୟାସ ଗ୍ରହଣ କରିଥିବା ବେଳେ ଖେଳପ୍ରେମୀଙ୍କୁ ଖବରଟି ଦୁଃଖୀ କରାଇଥିଲା ନିଶ୍ଚୟ।

ପ୍ରଥମେ ଧୋନି ଏହି ଖବରଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍ ଜରିଆରେ ଜଣାଇବା ପରେ ରାଇନା ମଧ୍ୟ ଜଣାଇଥିଲେ। ତେବେ, ସେମାନଙ୍କ ଦକ୍ଷତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟରୁ ପତ୍ର ଯିବା ପରେ ସେହି ପତ୍ରକୁ ସୋସିଆଲ୍ ମିଡିଆରେ ସେୟାର୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଇନା।

ରାଇନା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଯେତେବେଳେ ଆମେ ଖେଳୁ ସେତେବେଳେ ଆମେ ଆମ ରକ୍ତ ଓ ଝାଳ ଆମ ଦେଶ ପାଇଁ ଉତ୍ସର୍ଗ କରୁ। ନିଜ ଦେଶର ଲୋକ ଓ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଗ୍ରହଣୀୟତାଠାରୁ ବଡ଼ ଗ୍ରହଣୀୟତା ଆଉ କିଛି ନାହିଁ। ଆପଣଙ୍କ ଗ୍ରହଣୀୟତା ଆଉ ଶୁଭେଚ୍ଛା ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦୀ। ମୁଁ ଏହାକୁ କୃତଜ୍ଞତାର ସହ ଗ୍ରହଣ କରୁଛି। ଜୟ ହିନ୍ଦ୍।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପତ୍ରରେ ରାଇନାଙ୍କୁ ଲେଖିଛନ୍ତି କି ‘ପିଢ଼ି ତମକୁ ମନେରଖିବ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe