ସ୍ବିତୋଲିନାଙ୍କୁ ହରାଇ ସେମିରେ ପୋଡୋରୋସ୍କା

Advertisment
ସ୍ବିତୋଲିନାଙ୍କୁ ହରାଇ ସେମିରେ ପୋଡୋରୋସ୍କା

NDTV Sports

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍‌ରେ ପଦାର୍ପଣ କରିଥିବା ୧୩୧ ମାନ୍ୟତାପ୍ରାପ୍ତ ନାଦିଆ ପୋଡୋରୋସ୍କା ମଙ୍ଗଳବାର ମହିଳା ଏକକ ବର୍ଗରେ ବୃହତ୍‌ ବିପର୍ଯ୍ୟୟ ଘଟାଇ ଇତିହାସ ରଚିଛନ୍ତି। ଆର୍ଜେଣ୍ଟିନାର ଏହି ୨୩ ବର୍ଷୀୟା ଯୁବତୀ ତୃତୀୟ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରି ରୋଲାଣ୍ଡ ଗ୍ୟାରୋସରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ସେ ୬-୨, ୬-୪ ସିଧାସଳଖ ସେଟ୍‌ରେ ୟୁକ୍ରେନ୍‌ର ସ୍ବିତୋଲିନାଙ୍କୁ ମାତ୍‌ ଦେଇଥି‌ଲେ। ଏଥିସହ ପୋଡୋରୋସ୍କା ପ୍ରଥମ ଆର୍ଜେଣ୍ଟିନା ମହିଳା ଭାବେ ପାଓଲା ସୁଆରେଜ (୨୦୦୪)ଙ୍କ ପରେ ପ୍ୟାରିସରେ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୁଣି ସେମିଫାଇନାଲ୍‌ରେ ପହଞ୍ଚିବାରେ ସେ ମଧ୍ୟ ପ୍ରଥମ ମହିଳା ଯୋଗ୍ୟତାପର୍ଯ୍ୟାୟ ଖେଳାଳି ହୋଇଛନ୍ତି। ୧୯୬୮ ମସିହା ପରଠାରୁ ଏବଂ ପୋଡୋରୋସ୍କାଙ୍କ ପୂର୍ବରୁ କେବଳ ଆଲେକ୍‌ଜାନ୍ଦ୍ରା ଷ୍ଟିଭେନ୍‌ସନ୍‌ ୧୯୯୯ରେ ୱିମ୍ବିଲଡନ୍‌ ଏବଂ କ୍ରିଷ୍ଟିନେ ଡୋରେ ୧୯୭୮ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ ପହଞ୍ଚିଥିଲେ।

ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ଏକକ ବର୍ଗର ପ୍ରି-କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ପୁରୁଷରେ ସପ୍ତଦଶ ମାନ୍ୟତାପ୍ରାପ୍ତ ପାବ୍‌ଲୋ କାରେନା ବୁସ୍ତା ଏବଂ ମହିଳାରେ ଡାନିଏଲ୍‌ ରୋଜ କଲିନ୍ସ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ସ୍ପେନର ବୁସ୍ତା ୬-୨, ୭-୫, ୬-୨ ସେଟ୍‌ରେ ଜର୍ମାନିର ଡାନିଏଲ୍‌ ଅଲ୍‌ଟମେୟରଙ୍କୁ ଏବଂ ଆମେରିକାର କଲିନ୍ସ ୬-୪, ୪-୬, ୬-୪ ସେଟ୍‌ରେ ତୁନିସିଆର ଓନ୍ସ ଜବେଉର୍‌ଙ୍କୁ ପରାସ୍ତ କରିଥିଲେ। କଲିନ୍‌ସ ମଧ୍ୟ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟରରେ ବୁସ୍ତା ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକଙ୍କୁ ଏବଂ କଲିନ୍ସ ଚତୁର୍ଥ ମାନ୍ୟତାପ୍ରାପ୍ତ ନିଜ ଦେଶର‌ ସୋଫିଆ କେନିନଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe