ପୋଲାଣ୍ଡ ପ୍ରଶିକ୍ଷକଙ୍କ ଅବସର

ପୋଲାଣ୍ଡ ପ୍ରଶିକ୍ଷକଙ୍କ ଅବସର

ମସ୍କୋ: ୟୁରୋପୀୟ ରାଷ୍ଟ୍ର ପୋଲାଣ୍ଡ ମସ୍କୋ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବା ପରେ ଏହି ଦେଶର ପ୍ରଶିକ୍ଷକ ଆଦାମ ନଓ୍ଵାଲକା ଅବସର ଘୋଷଣା କରିଛନ୍ତି। ବିଶ୍ୱକପ୍‌ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ବେଳେ ଏହାକୁ ଆଉ ସେ ବଢ଼ାଇବେ ନାହିଁ ବୋଲି ନଓ୍ଵାଲକା ଘୋଷଣା କରିଛନ୍ତି। ପୋଲାଣ୍ଡ ଫୁଟବଲ୍‌ ସଂଘ ମଧ୍ୟ ଜୁଲାଇ ପରେ ତାଙ୍କୁ ଆଉ ରଖିବ ନାହିଁ ବୋଲି ଘୋଷଣା କରିଛି। ପୋଲାଣ୍ଡ ତା’ର ପ୍ରଥମ ଦୁଇ ଲିଗ୍‌ ମ୍ୟାଚ୍‌ ହାରିବା ସହ ବିଶ୍ୱକପରୁ ବିଦାୟ ନେବାରେ ପ୍ରଥମ ୟୁରୋପୀୟ ରାଷ୍ଟ୍ର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe