ପୋଲାଣ୍ଡ ଓପନ୍‌, ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ପୋଲାଣ୍ଡ ଓପନ୍‌, ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

Sportstar - The Hindu

ୱାର୍‌ସ: ଅଲିମ୍ପିକ୍‌ ଯୋଗ୍ୟ ଭାରତୀୟ କୁସ୍ତିଯୋଦ୍ଧା ରବି ଦାହିୟା ଚଳିତ ୨୦୨୧ ଋତୁରେ ନିଜର ଦ୍ବିତୀୟ ଟ୍ରଫି ହାସଲ କରିବା ସମ୍ଭାବନା ସୃଷ୍ଟି କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଶେଷ ରୢାଙ୍କିଙ୍ଗ୍‌ ସିରିଜ୍‌ ଇଭେଣ୍ଟ ପୋଲାଣ୍ଡ ଓପନ୍‌ରେ ୬୧ କେଗି ବର୍ଗ ଫାଇନାଲ୍‌ରେ ପହଞ୍ଚି ରବି ଏହି ସମ୍ଭାବନା ରଖିଛନ୍ତି। ଚଳିତ ଋତୁରେ ନିଜର ଦ୍ବିତୀୟ ପ୍ରତିଯୋଗିତାରେ ଉଭା ହୋଇଥିବା ରବିଙ୍କ ବାମ ଗୋଡ଼କୁ ତାଙ୍କର ସମସ୍ତ ପ୍ରତିଦ୍ବନ୍ଦ୍ବୀ ଟାର୍ଗେଟ୍‌ କରିଥିଲେ। ହେଲେ ଏହି ଏସୀୟ ବିଜେତା ଏବଂ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ର କାଂସ୍ୟ ପଦକ ବିଜେତା ନିଜ ଲଢ଼େଇରେ ସମସ୍ତଙ୍କୁ ଚକ୍‌ମା ଦେଇଥିଲେ।

ଉଜ୍‌ବେକିସ୍ତାନର ଗୁଲୋମଜନ୍‌ ଅବ୍‌ଦୁଲାଇଭ୍‌ଙ୍କ ବିପକ୍ଷରେ ୧୦-୧ର ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିବା ପରେ କାଜାକସ୍ତାନର ଅଦ୍‌ଲାନ ଅସ୍‌କାରୋଭ୍‌ଙ୍କ ବିପକ୍ଷରେ କିଛିଟା ସଂଘର୍ଷ କରି ୧୩-୮ରେ ଜିତିଥିଲେ। ଏହାପରେ ଆମେରିକାର ନାଥନ୍‌ ଖଲିଦ ତୋମାସେଲୋଙ୍କୁ ୯-୫ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଶେଷରେ ବୁଧବାର ସେମିଫାଇନାଲ୍‌ରେ ଇରାନ ଯୋଦ୍ଧା ରିଜା ଅହମ୍ମଦାଲି ଆତ୍ରିଙ୍ଗ୍‌ହାର୍ଚିଙ୍କୁ ୭-୪ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଏବେ ସେ ସ୍ବର୍ଣ୍ଣ ପଦକ ପାଇଁ ଅବ୍‌ଦୁଲାଇଭଙ୍କ ସହ ଲଢ଼ିବେ। ଯାହାକୁ କି ସେ ପ୍ରଥମ ଲଢ଼େଇରେ ଅତି ସହଜରେ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe