ଲିଜେଣ୍ଡ ଲିଗ କ୍ରିକେଟ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment
ଲିଜେଣ୍ଡ ଲିଗ କ୍ରିକେଟ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

କଟକ: କଟକ ଵାରଵାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍ କ୍ରିକେଟର ଫାଇନାଲ ମ୍ୟାଚ୍। ଏ ନେଇ ଆୟୋଜକ ଗତକାଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଵ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ପ୍ରତିଷ୍ଠିତ ଖେଳାଳୀମାନେ ଲିଜେଣ୍ଡ ଲିଗରେ ଖେଳୁଛନ୍ତି।ଆସନ୍ତା ୨୬ ତାରିଖ ଓ ୨୭ ଏଵଂ ୨୯ ତାରିଖରେ ଲିଜେଣ୍ଡ ଲିଗ୍ କ୍ରିକେଟର ତିନୋଟି ଲିଗ ମ୍ୟାଚ ଵାରଵାଟୀରେ ଖେଳାଯିବ। ଏଥିପାଇଁ ଟିକଟ୍ ଵିକ୍ରି ମଧ୍ୟ ଆରମ୍ଭ ହୋଇଛି।

publive-image

ଏହି ଲିଜେଣ୍ଡ ଲିଗ କ୍ରିକେଟ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୪୦ ସେକ୍ସନ ଫୋର୍ସ ସହ ଅତିରିକ୍ତ ଡିସିପି ,ଏ ସି ପି, ଥାନା ଅଧିକାରୀ ମୁତୟନ ରହିବେ ଏବଂ ଭିଡ଼କୁ ଦେଖି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡିସିପି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe