ଭୁବନେଶ୍ବର ପହଞ୍ଚିଲେ ପୋଲାଣ୍ଡ, ରୁଷିଆ

Advertisment
ଭୁବନେଶ୍ବର ପହଞ୍ଚିଲେ ପୋଲାଣ୍ଡ, ରୁଷିଆ

ଭୁବନେଶ୍ବର: ପୁରୁଷ ହକି ସରିଜ୍‌ ଫାଇନାଲ୍ସ ଲାଗି ବିଶ୍ବର ୨୧ ମାନ୍ୟତା ‌ପୋଲାଣ୍ଡ ଏବଂ ୨୨ ମାନ୍ୟତା ରୁଷିଆ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହି ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଜୁନ୍‌ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୨୦୨୦ ଟୋକିଓ ଅଲିମ୍ପିକ୍‌ ଟିକେଟ୍‌ ପକ୍କା କରିବା ଆଶାରେ ଆସିଥିବା ଉଭୟ ଦଳ ଆୟୋଜକ ଭାରତ ଏବଂ ଉଜ୍‌ବେକିସ୍ତାନ ସହ ଗ୍ରୁପ୍‌-ଏ’ରେ ରହିଛନ୍ତି। ଉଭୟ ଦଳ ଅତିକମ୍‌ରେ ଗ୍ରୁପ୍‌ର ପଏଣ୍ଟ୍‌ ତାଲିକାର ଦ୍ବିତୀୟରେ ରହି ଆଗକୁ ବଢ଼ିବାର ଯୋଜନା କରିଛନ୍ତି।

ଆମେ ପଏଣ୍ଟ୍‌ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଆଗକୁ ବଢ଼ିବାର ଯୋଜନା ରଖିଛୁ। କାରଣ ପ୍ରତିଯୋଗିତାର ପ୍ରଥମ ଦୁଇ ଦଳ ହିଁ ଅଲିମ୍ପିକ୍‌ ଟିକେଟ୍‌ ହାସଲ କରିବେ। ତୃତୀୟ ଓ ଚତୁର୍ଥରେ ରହିଲେ ବିଦା ହେବାକୁ ପଡ଼ିବ। ତେଣୁ ଏହା ଆମ ପାଇଁ ବେଶୀ ଗୁରୁତ୍ବପୂର୍ଣ୍ଣ। ଆମ ଗ୍ରୁପ୍‌ରେ ଭାରତ ଥିବାରୁ ବେଶୀ କଷ୍ଟକର ରହିଛି। ଚଳିତ ବର୍ଷ ଭାରତ ଠାରୁ ୦-୫ ଗୋଲ୍‌ରେ ହାରିଥିଲୁ। କିନ୍ତୁ ଏବେ ଏଠାକୁ ପୂରା ପ୍ରସ୍ତୁତ ହୋଇ ଆସିଛୁ। ଗୋଟିଏ ସପ୍ତାହ ପୂର୍ବରୁ ଏଠାରେ ପହଞ୍ଚିଥିବାରୁ ପରିବେଶ ସହ ଖାପଖୁଆଇବାକୁ ସମୟ ମିଳିବ। ଫଳରେ ଭଲ ପ୍ରଦର୍ଶନ ଦେଇପାରିବୁ ‌ବୋଲି କହିଛିନ୍ତି ପୋଲାଣ୍ଡର ମାସିଏଜ୍‌ ଜାନିସଜ୍ବିସ୍କି। ବିଶ୍ବ ମାନ୍ୟତାରେ ୨୨ତମ ସ୍ଥା‌ନରେ ଥିବା ରୁଷିଆ କିନ୍ତୁ ଚଳିତ ବର୍ଷ ବେଶୀ ମ୍ୟାଚ୍‌ ଖେଳିନି। କିନ୍ତୁ ଏହି ଦଳର ଅଧିନାୟକ ଡେନିସ ଶ୍ଚିପା‌ଚେଭ କହିଛନ୍ତି, ଆମେ ପୂରା ପ୍ରସ୍ତୁତ ହୋଇ ଏଠାକୁ ଆସିଛୁ। ରୁଷିଆ ଓ ୟୁରୋପରେ ଆମର ଶିବିର ଆୟୋଜନ ହୋଇଥିଲା। ସେଠାରେ ଭଲ ଭାବେ ଅଭ୍ୟାସ କରିଛୁ। ଏହି ପ୍ରତିଯୋଗିତାରେ ଉଦ୍‌ଘାଟନୀ ଦିବସରେ ଆମର ପ୍ରଥମ ଭେଟ ଆୟୋଜକ ଭାରତ ସହ ହେବ। ଆରମ୍ଭରୁ ଭଲ ପ୍ରଦର୍ଶନ ଲାଗି ଶତ ପ୍ରତିଶତ ଦେବୁ। ଯାହାକି ପରବର୍ତୀ ଦୁଇ ମ୍ୟାଚ୍‌ରେ ଭଲ କରିବାରେ ସହଯୋଗ କରିବ ବୋଲି ଭୁବନେଶ୍ବରରେ ପହଞ୍ଚିବା ପରେ ଶ୍ଚିପା‌ଚେଭ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe