ପୁନମଙ୍କ ଉଲଗ୍ନ ହେବାର ଘୋଷଣା ଶୁଣି ଧୋନି ଦେଇଥିଲେ ଏଭଳି ପ୍ରତିକ୍ରିୟା

୨୦୧୧ରେ ଦେଇଥିବା ବୟାନକୁ ନେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ। ଭାରତ ବିଶ୍ବକପ୍‌ ଜିତିଲେ ଉଲଗ୍ନ ହୋଇଯିବି ବୋଲି କହିଥିଲେ ପୁନମ। ଏହା ଶୁଣି କ୍ରିକେଟର ମହେନ୍ଦ୍ର ସିଂହ ‌ଧୋନି କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ଜଣାଇଛନ୍ତି ପୁନମ।

00

ମୁମ୍ବାଇ: ନିଜର ବୋଲ୍‌ଡ ଅନ୍ଦାଜ ପାଇଁ ସବୁବ‌େଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ। ଆପଣଙ୍କର ମନେ ଥିବ ଯେ ୨୦୧୧ ଅଭିନେତ୍ରୀ ଥରେ ସର୍ବସାଧାରଣରେ ଉଲଗ୍ନ ହେବା କଥା କହିଥିଲେ। ତାଙ୍କର ଏହି ଘୋଷଣା ତାଙ୍କୁ ସାରା ଦେଶରେ ରାତାରାତି ଲୋକପ୍ରିୟ କରାଇ ଦେଇଥିଲା। ନିଜ କାମ ଅପେକ୍ଷା ନିଜ ବୟାନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଥିବା ପୁନମ ଏବେ ଏହି ଘଟଣା ସହ ଜଡ଼ିତ ଏକ ଅଜଣା କଥା ଜଣାଇଛନ୍ତି।

ପୁନମ ଉଲଗ୍ନ ହେବେ ବୋଲି ଘୋଷଣା କରିବା ପରେ ୨୦୧୧ରେ ବିଶ୍ବକପରେ ଭାରତୀୟ ଟିମର ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ଜଣାଇଛନ୍ତି ପୁନମ। ସେ କହିଛନ୍ତି, 'ମୁଁ ଉଲଗ୍ନ ହେବି ବୋଲି ଘୋଷଣା କରିବା ପରେ ଧୋନିଙ୍କ କାନରେ ଏକଥା ପଡ଼ିଥିଲା। ଜାଣିବା ପରେ ସେ ହସି ହସି ପଚାରିଥିଲେ, ମଡେଲଜଣକ କିଏ? ଭଲ କଥା, ଖେଳରେ ଟିକେ ମସାଲା ରହିବା ଜରୁରୀ।'

ପୁନମ ଆହୁରି କହିଛନ୍ତି, "ଧୋନିଙ୍କ ପ୍ରତିକ୍ରିୟା ବିଷୟରେ ଜାଣି ମୁଁ ବହୁତ ଖୁସି ହୋଇଥିଲି। କାରଣ ତାଙ୍କୁ ମୁଁ ଭଗବାନ ମାନେ। ୨୦୧୧ରେ ମୋତେ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। କେମିତି ମୁଁ ଚର୍ଚ୍ଚାକୁ ଆସିବି ସେଥିପାଇଁ ମୁଁ ବାଟ ଖୋଜୁଥିଲି। କ୍ରିକେଟ ମୋତେ ବହୁତ ପସନ୍ଦ ଥିବାରୁ ମୁଁ ଚର୍ଚ୍ଚାକୁ ଆସିବା ପାଇଁ ଉଲଗ୍ନ ହେବି ବୋଲି ଘୋଷଣା କରିଦେଲି। କିନ୍ତୁ ସତରେ ଭାରତ ଜିତିବା ପରେ ମୁଁ ଡରିଯାଇଥିଲି। ଘର ଲୋକେ ମୋତେ ବହୁତ ରାଗିଥିଲେ। କିନ୍ତୁ ଶେଷରେ ମୋତେ ସେଭଳି କିଛି କରିବାକୁ ପଡ଼ିନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe