ଭାରତକୁ ପୂରନ ଓ ପଞ୍ଜାବ କିଙ୍ଗ୍ସର କରୋନା ସହାୟତା

Advertisment

ତେନ୍ଦୁଲକର ଦେଲେ କୋଟିଏ

ତେନ୍ଦୁଲକର ଦେଲେ କୋଟିଏ

ଭାରତକୁ ପୂରନ ଓ ପଞ୍ଜାବ କିଙ୍ଗ୍ସର କରୋନା ସହାୟତା

CricTracker.com

ନୂଆଦିଲ୍ଲୀ : ମହାମାରୀ କରୋନା ଲଢ଼େଇ ଲାଗି ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବଂ ଏହାର ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ନିକୋଲାସ ପୂରନ। ପୂରନ ନିଜ ଆଇପିଏଲ୍‌ ଦରମାର କିଛି ଅଂଶ ‌ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘‘କରୋନା ମହାମାରୀ ଅନେକ ଦେଶରେ ‌ବ୍ୟାପିଛି। ହେଲେ ସଂପ୍ରତି ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ଏଭଳି ଦୁଃସମୟରେ ମୁଁ ସଚେତନ କରିବା ସହ କିଛି ଆର୍ଥିକ ସହୟତା ପ୍ରଦାନ କରିବି। ଭାରତ ପାଇଁ ଈଶ୍ବରଙ୍କ ‌ନିକଟରେ ମୋର ପ୍ରାର୍ଥନା’’ ବୋଲି ଟ୍ବିଟର୍‌ରେ ପୂର‌ନ ପ୍ରକାଶ କରିଛନ୍ତି। ପୂରନଙ୍କ ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍ସ ମଧ୍ୟ ସହାୟତା ଦେବାକୁ ଘୋଷଣା କରିଛି। ଭାରତର କରୋନା ଲଢ଼େଇ ପାଇଁ ସହଯୋଗ କରିବୁ। ‘‘ସାରାଦେଶରେ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍ସ ପ୍ରଦାନ ଲାଗି ସହାୟତା କରିବୁ। ଏଥିସହ ଆମେ ସମସ୍ତଙ୍କୁ ନିଜ ସମ୍ବଳ ଅନୁଯାୟୀ କିଛି କିଛି ଦାନ କରିବା ଲାଗି ଅନୁରୋଧ କରିବୁ। ଆମେ ପାରିବୁ। ସଦା ପଞ୍ଜାବ, କରୋନା ଲଢ଼େଇ ପାଇଁ ଏକ ହେବା।’’ ବୋଲି ପିବିକେଏସ୍‌ ନିଜ ଟ୍ବିଟର୍‌ ପୃଷ୍ଠାରେ ଲେଖିଛି।

ଗୁରୁବାର ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ସହାୟତା ଦେଇଥିଲା। ଶୁକ୍ରବାର ଏହି ଦଳର ଦ୍ରୁତ ବୋଲର ଜୟଦେବ ଉନାଦକଟ ନିଜ ଆଇପିଏଲ୍‌ ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ଭାରତୀୟ ବାମହାତୀ ଓପନର୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ ଅକ୍ସିଜେନ ସିଲିଣ୍ଡର ଓ କନ୍‌ସେଣ୍ଟ୍ରେଟର୍ସ କିଣିବା ପାଇଁ ଏନ୍‌ଜିଓ ସଂସ୍ଥାକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ସେ ଆଇପିଏଲ୍‌ରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରାଶିକୁ ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ତେନ୍ଦୁଲକର ଦେଲେ କୋଟିଏ
କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ଦେଶର କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍ସ କିଣିବା ପାଇଁ ୧‌ କୋଟି ଟଙ୍କା ଦାନ କରିଛନ୍ତି। ସଂପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ‌ା ହୁ ହୁ ହୋଇ ବଢ଼ୁଥିବାରୁ ଡାକ୍ତରଖାନାଗୁଡ଼ିକ ଆକ୍ରାନ୍ତଙ୍କୁ ଅକ୍ସିଜେନ୍‌, ଗୁରୁତ୍ବପୂର୍ଣ୍ଣ ଔଷଧ ପ୍ରଦାନ କରିବାରେ ଅସୁବଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟ‌ରେ ସେ ସାରାଦେଶରେ ଜୀବନ ବଞ୍ଚାଇବା ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍ସ ଲାଗି ହୋଇଥିବା ‘ମିସନ ଅକ୍ସିଜେନ୍‌’ କାର୍ଯ୍ୟକ୍ରମକୁ ଏହି ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe