ପପୁଲାର କ୍ଲବ୍‌କୁ ପିପିଏଲ୍‌ ନବରତ୍ନା କପ୍‌

Advertisment
ପପୁଲାର କ୍ଲବ୍‌କୁ ପିପିଏଲ୍‌ ନବରତ୍ନା କପ୍‌

ଚଣ୍ଡିଖୋଲ: ରାଜୀବ ସ୍ମାରକୀ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଖଏରା ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ମନୋରଞ୍ଜନ-ବବୁଲ ସ୍ମାରକୀ ପିପିଏଲ୍‌ ଜୟକିଷାନ ନବରତ୍ନା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଜଟଣୀର ଉତ୍କଳ ସ୍ପୋର୍ଟିଂକୁ ୨-୦ ଗୋଲ୍‌ରେ ହରାଇ ଢେଙ୍କାନାଳର ପପୁଲାର୍‌ କ୍ଲବ୍‌ ବିଜେତା ହୋଇଛି। ବିଜେତା ଦଳ ମ୍ୟାଚ୍‌ର ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା। ବିଜୟୀ ଦଳର ଅମିତ ଦାସ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଜଟଣୀ ଦଳର ମହେନ୍ଦ୍ର ଜାଲି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୀତାଲି ବରାଳ, ସୁଦୀପ ଦାସ, ରାଜେନ୍ଦ୍ର ବାରିକ ଓ ସରୋଜ ମହାରଣା ଖେଳ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା, ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଜେତା ଦଳକୁ ନବରତ୍ନା କପ୍‌ ସହ ପୁରସ୍କାର ପ୍ରଦାନ କରିଥିଲା ବେଳେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଉପବିଜେତା ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। କ୍ଲବ୍‌ର କୀଡ଼ା ସମ୍ପାଦକ ଗଣେଶ୍ୱର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ତହସିଲ୍‌ଦାର ଅଶୋକ କୁମାର ଦାସ, ଜିଲ୍ଲା କ୍ରୀଡ଼ା, ସଂସ୍କୃତି ଓ ଶିକ୍ଷା କମିଟି ଅଧ୍ୟକ୍ଷ ଅରବିନ୍ଦ ସାମଲ, ପିପିଏଲ୍‌ ଅଧିକାରୀ ଚନ୍ଦ୍ରଶେଖର ରାୟ, ସିଦ୍ଧାର୍ଥ ଶେଖର ଦାସ, ସଂଜୟ ରାୟ, ଜିଲ୍ଲା ପରିଷଦ ସଭ୍ୟ ସୁମତୀ ବାସ୍‌କେ, ସରପଞ୍ଚ ହରପ୍ରିୟା ବରାଳ, କ୍ଲବ୍‌ର ଅଧ୍ୟକ୍ଷ ଦିଲ୍ଲିପ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। କ୍ଲବ୍‌ର ସମ୍ପାଦକ ବିନୟ ପୃଷ୍ଟି ଅତିଥି ପରିଚୟ ଓ ସଭାପତି ରାଜକିଶୋର ଓଝା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe