ଭୁବନେଶ୍ୱର: ଚତୁର୍ଥ ତଥା ଶେଷ ଦଳ ଭାବେ ସେସୁ ଓପିଟିସିଏଲ୍ ଆନୁକୂଲ୍ୟରେ ଚାଲିଥିବା ପାଓ୍ଵାର କପ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଛି। ମଙ୍ଗଳବାର ରେଳବାଇ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ୱାର୍ଟର୍ ଫାଇନାଲ୍ରେ ସେସୁ ୧୦ ଓ୍ଵିକେଟ୍ରେ େଓ୍ଵସ୍କୋକୁ ହରାଇଥିଲା। ନିର୍ଧାରିତ ୨୦ ଓଭରରେ େଓ୍ଵସ୍କୋ ୧୩୪/୬ କରିଥିଲା। ଜବାବରେ ସେସୁ ଦୀପ୍ତି ମିଶ୍ର (୭୭ ରନ୍, ୫୩ ବଲ୍)ଙ୍କ ବିସ୍ପୋରକ ଅର୍ଧଶତକ ବଳରେ ବିନା କ୍ଷତିରେ ୧୬.୫ ଓଭରରେ ମ୍ୟାଚ୍ ଜିତିନେଇଥିଲା। ମ୍ୟାଚ୍ ବିଜୟୀ ପାଳି ପାଇଁ ଦୀପ୍ତି ମିଶ୍ରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବୁଧବାର ସେମିଫାଇନାଲ୍ରେ ନାଲ୍କୋ-ଇଡ୍କୋ ଏବଂ ଓପିଟିସିଏଲ୍-ସେସୁ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us