ବାରବାଟୀରେ ଅଭ୍ୟାସ ବେଳେ ଦର୍ଶକଙ୍କ ମନମୋହିଲେ ବିରାଟ ବାହିନୀ

Advertisment
ବାରବାଟୀରେ ଅଭ୍ୟାସ ବେଳେ ଦର୍ଶକଙ୍କ ମନମୋହିଲେ ବିରାଟ ବାହିନୀ

କଟକ: ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରି ଭୁବନେଶ୍ବର ଫେରିଛନ୍ତି ଟିମ୍ ଇଣ୍ଡିଆ। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ସକାଳ ପ୍ରାୟ ୯.୩୦‌ ବେଳେ ଭୁବନେଶ୍ବରରୁ ବାହାରି କଟକ ଅଭିମୁଖେ ଯାଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଭାରତୀୟ ଦଳ ବାରବାଟୀରେ ପହଞ୍ଚିବା ପରେ ଖେଳାଳିମାନେ ସିଧା ଡ୍ରେସିଂ ରୁମରେ ପ୍ରବେଶ କରିଥିଲେ। ସେଠାରୁ ସେମାନେ ପ୍ରସ୍ତୁତ ହୋଇ ପଡ଼ିଆକୁ ଓହ୍ଲାଇଥିଲେ। ଭାରତୀୟ କ୍ରିକେଟରଙ୍କୁ ଦେଖିବା ଲାଗି ଷ୍ଟାଡିୟମରେ ପ୍ରବଳ ଭିଡ଼ ହୋଇଥିଲା। ଗ୍ୟାଲେରିଗୁଡ଼ିକରେ ଭରପୂର ଦର୍ଶକ ଥିଲେ। ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଦେଖିବାକୁ ଦର୍ଶକମାନଙ୍କ ଭିତରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା।

publive-image soumya ranjan patra

ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇ ନେଟସରେ ଅଭ୍ୟାସ କରିଥିଲେ। ବିରାଟ ମୁଖ୍ୟତଃ ବ୍ୟାଟିଂ ଓ ଫିଲଡିଂ ଅଭ୍ୟାସ କରିଥିଲେ। ଭିନ୍ନ ଭିନ୍ନ ଶୈଳୀରେ ସଟ୍ ଖେଳିବା ସହ ସେ ବହୁତ ଉଚ୍ଚରୁ ଆସୁଥିବା ବଲ କ୍ୟାଚ୍ କରିଥିଲେ। ସେହିପରି ରବିନ୍ଦ୍ର ଜଡେଜା ଜୋରଦାର ବୋଲିଂ ଅଭ୍ୟାସ କରିଥିଲେ।  ଅଭ୍ୟାସ ସମୟରେ କ୍ୟାପଟେନ୍ କୋହଲି ଦର୍ଶକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ତେବେ ଅଭ୍ୟାସରୁ ଦୁଇ ଓପନରଙ୍କୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରୋହିତ ଶର୍ମା ଓ  ଲୋକେଶ ରାହୁଲ ଏବଂ ଦ୍ରୁତ ବୋଲର ମହମ୍ମଦ ସାମିରେ ଅଭ୍ୟାସ ବେଳେ ଦେଖିବାକୁ ମିଳିନାହିଁ।

publive-image soumya ranjan patra

ପ୍ରାୟ ଦେଢ଼ଘଣ୍ଟାର ଅଭ୍ୟାସ ପରେ ଖେଳାଳିମାନେ ଭୁବନେଶ୍ବର ଫେରି ଆସିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୱେଷ୍ଟଇଣ୍ଡିଜ୍ ଟିମର ଖେଳାଳିମାନେ ଅପରାହ୍ନ ୩ଟାରେ ବାରବାଟୀରେ ଅଭ୍ୟାସ କରୁଥିବା ସୂଚନା ମିଳିଛି। ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ଭାରତୀୟ ଦଳର ରଣନୀତି ଓ ପ୍ରସ୍ତୁତି ନେଇ ଟିମ୍ ଇଣ୍ଡିଆର ସଦସ୍ୟ ଶ୍ରେୟସ ଆୟାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ସନ୍ଧ୍ୟାରେ ପଡୁଥିବା କାକର ମ୍ୟାଚକୁ ପ୍ରଭାବିତ କରିବ । ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତ ଅଛି ।  ଏହା ସହ ବ୍ୟକ୍ତିଗତ ଭାବେ ଯେକୌଣସି ସ୍ଥାନରେ ଦଳର ଆବଶ୍ୟକତା ଅନୁସାରେ ସେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆୟାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe