ନିମାପଡ଼ା କପ୍‌ ଫାଇନାଲ୍‌ରେ ପ୍ରଗତି

Advertisment
ନିମାପଡ଼ା କପ୍‌ ଫାଇନାଲ୍‌ରେ ପ୍ରଗତି

ନିମାପଡ଼ା: ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ବାରବାଟୀ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ନିମାପଡ଼ା କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କରିଛି। ଶୁକ୍ରବାର ଦ୍ଵିତୀୟ ସେମିଫାଇନାଲରେ ପ୍ରଗତି ୭ ଓ୍ଵିକେଟରେ ଅନ୍ୟତମ ଭୁବନେଶ୍ୱର ଦଳ ସହିଦ ସ୍ପୋଟିଂକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସହିଦ ସ୍ପୋର୍ଟିଂ ପ୍ରତିପକ୍ଷର ତାରକା ବୋଲର ନିରଞନ ବେହେରା ଏବଂ ଟୁକୁନା ସାହୁଙ୍କୁ ମୁକାବିଲା କରି ନପାରି ୯୮ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରାର୍ଥସାରଥୀ ନାୟକ ୩୨ ଏବଂ ଅଭିଳାସ ସେମଓ୍ଵାଲ ୧୬ ରନ୍‌ କରିଥିଲେ। ନିରଞ୍ଜନ ୪ ଏବଂ ଟୁକୁନା ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପ୍ରଗତି ୩ ଓ୍ଵିକେଟ୍‌ ବିନିମୟରେ ୧୦୦ ରନ୍‌ କରି ମ୍ୟାଚ୍‌ ଜିତିଯାଇଥିଲା। ଅଭିନବ ଘୋଷ ୪୧ ଏବଂ ଶାନ୍ତନୁ ମିଶ୍ର ୨୫ ରନ୍‌ କରିଥିଲେ। ନିରଞନ ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ ବିଶିଷ୍ଟ ବ୍ୟବସାୟୀ ରସାନନ୍ଦ ସାହୁ । ଖେଳ ପରିଚାଳନା କରିଥିଲେ ସତ୍ୟେନ୍ଦ୍ର ମହାନ୍ତି ଏବଂ ଅୟସକାନ୍ତ ମିଶ୍ର। ଆସନ୍ତା ରବିବାର ଫାଇନାଲ ମ୍ୟାଚ୍‌ ପ୍ରଗତି ସ୍ପୋର୍ଟିଂ ଏବଂ କ୍ରାଉନ ସ୍ପୋଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe