ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଛନ୍ତି। ଫଳରେ ବିଶ୍ବ ପ୍ରତିଯୋଗିତାରେ ୫ ଏକକ ଓ ୩ ଯୁଗଳ ସ୍ବର୍ଣ୍ଣ ଜିତିଥିବା ଭାରତର ପୂର୍ବତନ ୧ ନମ୍ବର ପ୍ରମୋଦ ଏଥିରେ ଆଉ ଦୁଇ ସ୍ବର୍ଣ୍ଣ ପଦକ ଯୋଡ଼ିବାର ନିକଟତର ହୋଇଛନ୍ତି।
ଆହୁରି ପଢ଼ନ୍ତୁ:Cricket: ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ: ଉଦଘାଟନୀ ମ୍ୟାଚ୍ରେ ହାରିଲା ଭାରତ
ଶୁକ୍ରବାର ପୁରୁଷ ଏକକ ଏସ୍ଏଲ୍୩ ସେମିଫାଇନାଲ୍ରେ ପ୍ରମୋଦ ୨୧-୧୯, ୨୧-୧୭ରେ ଥାଇଲାଣ୍ଡର ମୋଙ୍ଗଖୋନ ବୁନ୍ସୁନ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଏସ୍ଏଲ୍୩-ଏସ୍ଏଲ୍୪ ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ସୁକାନ୍ତ କଦମ ୨୧-୧୩, ୨୧-୧୫ରେ କୋରିଆର ଚୋ ଏନ୍ ଓ ଲି ଏସ୍ଙ୍କୁ ହରାଇଛନ୍ତି।
ଆହୁରି ପଢ଼ନ୍ତୁ:Fine On Air India: ଉଡ଼ାଣ ଉପଯୁକ୍ତ ପରମିଟ୍ ନଥାଇ ଆଠ ଥର ଏୟାରବସ୍ ବିମାନର ଉଡ଼ାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/13/pramod-2026-02-13-21-22-30.jpg)