Para Badminton Championships: ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌: ଚମକିଲେ ଓଡ଼ିଆ ପୁଅ ପ୍ରମୋଦ

Advertisment

ଖେଳରତ୍ନ ତଥା ରାଜ୍ୟର ସର୍ବଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର...

ଖେଳରତ୍ନ ତଥା ରାଜ୍ୟର ସର୍ବଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର...

Untitled-32.jpg

ଭୁବନେଶ୍ବର: ଖେଳରତ୍ନ ତଥା ରାଜ୍ୟର ସର୍ବଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର ଏସ୍‌୩ ବର୍ଗର ପୁରୁଷ ଏକକରେ ପୁଣି ଥରେ ବିଜେତା ହୋଇଛନ୍ତି ସେ।

ଶନିବାରର ପ୍ରତୀକ୍ଷିତ ଫାଇନାଲ୍‌ରେ ପ୍ରମୋଦ ୨୧-୧୨, ୨୧-୧୮ ସେଟ୍‌ରେ ଇଣ୍ଡୋନେସିଆର ମହମ୍ମଦ ଅଲ ଇମାମଙ୍କୁ ପରାସ୍ତ କରି ଏହି ଐତିହାସିକ ସଫଳତା ଲାଭ କରିଛନ୍ତି। ପ୍ରମୋଦଙ୍କର ଏହା ହେଉଛି ମୋଟ ଉପରେ ଷଷ୍ଠ ଏବଂ ଲାଗାତାର ଚତୁର୍ଥ ବିଶ୍ବ ଚାମ୍ପିଅନସିପ୍‌ ସ୍ବର୍ଣ୍ଣ। ତା ସହିତ ସେ ମଧ୍ୟ କିବଂଦନ୍ତି ଲିନ ଡାନ୍‌ଙ୍କ ୫ ବିଶ୍ବଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପଦକ ରେକର୍ଡକୁ ଟପି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: Mohan Charan Majhi: ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପ୍ରମୋଦ ପୂର୍ବରୁ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ମଧ୍ୟ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଏସ୍‌ଏଲ୍‌ ୩-ଏସ୍‌ଏଲ୍‌ ୪ ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ସେ ମଧ୍ୟ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଫଳରେ ଆଉ ଗୋଟିଏ ସ୍ବର୍ଣ୍ଣ ଜିତିବାର ଆଶାକୁ ମଧ୍ୟ ଉଜ୍ଜୀବିତ ରଖିଛନ୍ତି। ପ୍ରମୋଦ ଓ ସୁକାନ୍ତ ଯୋଡ଼ି ସେମିଫାଇନାଲ୍‌ରେ କୋରିଆର ଚୋ ଏନ୍‌ ଓ ଲି’ ଏସ୍‌ଙ୍କୁ ୨୧-୧୩, ୨୧-୧୫ରେ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe